STORYMIRROR

Aishwarya Mishra

Abstract

4  

Aishwarya Mishra

Abstract

ମୋହ

ମୋହ

1 min
337

କି ମାୟା ବନ୍ଧନେ ବାନ୍ଧିଦେଲ ମୋତେ

ତୁମ ପାଇଁ ହେଲି ବାଇ

କୁଞ୍ଜର ବନରେ ବାଜିଲେ ବଈଁଶୀ

ମୋତେ ଶୁଭେ ରାଇ ରାଇ,


ଭୁଲି ସବୁ ଲାଜ, ହୋଇ ସଜବାଜ

କାଖରେ ଧରି କଳସୀ

ଖୋଜେ ମୁଁ ତୁମକୁ ଉନ୍ମାଦିନୀ ପରି

ଯମୁନା କୂଳକୁ ଆସି ,


ରୋକିପାରେ ନାହିଁ କିଛି ବି ବନ୍ଧନ

ଆସିବାକୁ ତୁମ ପାଶେ

ବଂଶୀର ସୁରରେ କି ମାୟା ରଚିଲ

ଛନ୍ଦିଦେଲ ପ୍ରେମ ଫାସେ,


ବାଙ୍କ ଚାହାଣୀରେ ହାରିଲି ହୃଦୟ

କମନୀୟ କାୟା କଳ୍ପେ

ମାନେ ନାହିଁ ମନ କିଛି ବି ବନ୍ଧନ

ସଦା କୃଷ୍ଣ ନାମ ଜପେ ,


ଦେହରେ ଲାଗିଲା କଳଙ୍କ କାଳିମା

ଶୁଣଇ ଗଞ୍ଜଣା କେତେ

ତଥାପି ମନର ଗହନ ବନରେ

ନିତି ତୁମକୁ ସାଇତେ ,


କି ମୋହ ଲଗାଇ ବାନ୍ଧିଦେଲ ମୋତେ

ଭୁଲିଲି ସବୁ ବନ୍ଧନ

ନ ଦେଖିଲେ ଥରେ କଳା ଶ୍ରୀମୁଖକୁ

ଆନମନା ହୁଏ ମନ ,


ବଂଶୀର ଶବଦେ ଅସ୍ଥିରା ଯମୁନା

ଅସ୍ଥିର କଦମ୍ବ ବନ

ମୋହନ ମାୟାରେ ମୋହିତ ଯେ ହୋଇ

ଅସ୍ଥିର ଏ ରାଧା ପ୍ରାଣ,


କଳା-କାହ୍ନୁ ତୁମେ ପୁରୁଷ ସୁନ୍ଦର

ମୁଁ ଅଟେ ତୁମ୍ଭ ପ୍ରକୃତି

ପ୍ରେମ-ମୋହ ଫାସେ ବାନ୍ଧିନେଇ ମୋତେ

ଦିଅ ଏ ଜୀବନୁ ମୁକ୍ତି ,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract