STORYMIRROR

Abanikanta Sahu

Abstract Romance

3  

Abanikanta Sahu

Abstract Romance

କୁଆଁରୀ ମନ

କୁଆଁରୀ ମନ

1 min
190

କୁଆଁରୀ ମନର କଥା

ଚିର କୁମାର ମୋ ସାଥୀ ରହିଥା

ବଉଳ ଲୋ,

ଫୁଲ ଦୋଳି ନିତି ଝୁଲାଉ ଥା

ବଉଳ ଲୋ।

ମେଘ ଲୋ ମୋ କଥା ମାନ

ପ୍ରିୟ ମୋର ଯଦି କରିବ ମାନ

ବଉଳ ଲୋ,

ଦବୁ ବରଷି ପ୍ରେମ ସିଞ୍ଚନ

ବଉଳ ଲୋ।

ଏ ଦୋଳି ବସୁଣି ପଟା

ମୋର ପ୍ରିୟତମ ମାନ ରଖି ଥା

ବଉଳ ଲୋ,

ତାକୁ ପରଶିବି ପୋଡ଼ପିଠା

ବଉଳ ଲୋ।

ଲୋ ଗଜରା ମଲ୍ଲୀ ଫୁଲ

ବାସ ଚହଟିବୁ ଚଉଦିଗର

ବଉଳ ଲୋ,

ପ୍ରେମ ରସେ ରସିବ ମୋ ବର

ବଉଳ ଲୋ।

କୋକିଳ କୁହୁ ତାନରେ

କହିବୁ ମୋ ପ୍ରିୟ ଥିବେ ସଙ୍ଗରେ

ବଉଳ ଲୋ,

ପିଠା ଖୁଆଇବି ନିଜ ହାତରେ

ବଉଳ ଲୋ।



Rate this content
Log in

Similar oriya poem from Abstract