କଥା ଥିଲା ତୁମ ସାଥେ ମୋର ପ୍ରିୟା ରହିବ
କଥା ଥିଲା ତୁମ ସାଥେ ମୋର ପ୍ରିୟା ରହିବ


କଥା ଥିଲା ତୁମ ସାଥେ, ମୋର ପ୍ରିୟା ରହିବ
ଆଶା ଦେଇ ଭାଙ୍ଗିଦେଲ ଲୁହ କଥା କହିବ
କଥା ଥିଲା ତୁମ ସାଥେ,
ମୋର ପ୍ରିୟା ରହିବ । ୦ ।
ସ୍ବପ୍ନମଖା ମୃଦୁ ନିଦେ ପାଦ ଚାପି ଆସିଲ
ଆଖି ଆଖି ମିଶା ମିଶି ମୋର ପାଖେ ବସିଲ
ପ୍ରୀତି ଛୁଆଁ ବସନ୍ତରେ ମନ ଖୋଲି ହସିଲ
ଛାଇ ଭଳି ଚାଲିଗଲ ସତେ ଅବା ରୁଷିଲ,
ଭାବିଦେଲେ ପଛ କଥା, ମନ ବ୍ୟଥା ସହିବ
କଥା ଥିଲା ତୁମ ସାଥେ,
ମୋର ପ୍ରିୟା ରହିବ । ୧ ।
ରାଣ ଅଛି ତୁମେ ନାହଁ ସାତ ପୁଣି ସତର
ବାସ ହୀନ ହୋଇଗଲା ମନ ଗୁଣ ଅତର
ମୂଲ୍ୟ ଆଉ ରହିଲାନି ସ୍ନେହ ଛବି ମାତର
ପଥ ହରା ଭାବ ଲୋକ ନିଜ ଲାଗି କାତର,
ଭାଗ୍ୟ ଦୋଷ ଅଛି ବୋଧେ ପ୍ରୀତି ନିଆଁ ଦହିବ
କଥା ଥିଲା ତୁମ ସାଥେ,
ମୋର ପ୍ରିୟା ରହିବ । ୨ ।