Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Action Classics

3  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Action Classics

କଥା ତ ଏତିକି

କଥା ତ ଏତିକି

1 min
149



କଥା ତ ଏତିକି......

ଏ ସଂସାର ଦୁ଼ଃଖରେ ଭରତି,

ଏନ୍ତୁଡ଼ି ନିଆଁରୁ ଜୁଇ ର ନିଆଁ

ଏ ଦୁଇ ନିଆଁର ଦୁନିଆଁରେ

ବ୍ୟବଧାନ ରହେ ଯେତିକି 

ସେଇ ତ ଜୀବନର ଶକତି।

କଥା ତ ଏତିକି......

ଦୁଃଖରୁ ସୁଖ ସାଉଁଟିବାକୁ

ସଭିଏଁ କରନ୍ତି ମେହନତି,

ପେଟକୁ ମୁଠାଏ ଦାନା ଦେଇ

ଛୋଟ ପରିବାରଟିଏ ଗଢନ୍ତି

ରଖିବାକୁ ଆଶା ସପନ ସାଇତି।

କଥା ତ ଏତିକି......

ଲୁହ ଲହୁର ସଂପର୍କ ଏଠି

ଓଠରେ ହସ ଦେଖିବାକୁ ନିତି,

ପର ଆପଣାର ଭାବ ଅଭାବ

ଦ୍ଵନ୍ଦ ମନ୍ଦରେ ହେଲେ ଘାଣ୍ଟି 

ମନ ହୁଏ ଭାରାକ୍ରାନ୍ତ ଅତି।

କଥା ତ ଏତିକି......

ଭଲ ପାଇବାର ମାନେ ବୁଝି

ସତ୍ୟପଥେ କରେ ଯିଏ ଗତି,

ସମୂହ ଜନଙ୍କ କଲ୍ୟାଣ କରି

ଶାନ୍ତି ସନ୍ତୋଷରେ ଲଭେ ମୁକତି

ଏଇ ତ ଜୀବନର ଉନ୍ନତି ପ୍ରଗତି।

କଥା ତ ଏତିକି....

ଶିକ୍ଷା ଦୀକ୍ଷା ଧ୍ୟାନ ଧାରଣା

ପୂଜା ଅର୍ଚ୍ଚନା ଭାବ ଭକତି,

ଜୀବନେ ପାଇବାକୁ ସୁଖ ଆନନ୍ଦ

ପ୍ରତିଭାର କରି ଚାଲିଥିଲେ ବିକାଶ

ସଫଳତା ପାଇ ଯାଏ ସେ ଜିତି।

କଥା ତ ଏତିକି......

  


Rate this content
Log in

Similar oriya poem from Action