କଥା ସରି ଗଲା ଅଧା ବାଟରେ
କଥା ସରି ଗଲା ଅଧା ବାଟରେ
ଘନ କୌମୁଦୀରେ ପଥ ଦିଶେ ପରିଷ୍କାର
ପ୍ରିୟ ଧ୍ୟାନେ ମନ ପ୍ରାଣ ହୁଅଇ ଅସ୍ଥିର ।
ଅତୀତ ସ୍ମୃତିରେ ସିକ୍ତ ବେନି ନେତ୍ର ମୋର
ସମ୍ମୁଞ୍ଜଳ ଜ୍ୟୋତ୍ସ୍ନା ରାତି ନଆସେ ନଜର ।
ଏକାକୀ ଏକଦା ଦିନେ ଚାଲୁ ଥାଏ ବାଟ
ପରଦେଶୀ ସାଥୀ ରୂପେ ଆସି କଲେ ଭେଟ ।
ତନୁ ରୂପ କାନ୍ତି ଯେହ୍ନେ କନ୍ଦର୍ପ ସମାନ
ଅରି ଗାଏ ପ୍ରେମ ଗୀତ ଦେଖି ସେ ବଦନ ।
ତେଜସ୍କ୍ରିୟ ହେଉ ଥାଏ ବଳ ବୀର୍ଯ ଶକ୍ତି
ମିତ୍ରତା ସ୍ଥାପନ କରି ଲିଭାଇଲେ ଭୀତି ।
ଧିରେ ଧିରେ ବିଶ୍ୱାସ ମୋ ହେଉ ଥାଏ ଦୃୃଢ
ବାର୍ତ୍ତାଳାପେ ସ୍ନେହ ପ୍ରେମ ଧରିଲା ପ୍ରଗାଢ ।
ସତେ କେଳିି କୁୁଞ୍ଜେ କୃଷ୍ଣ ରାଧା ମନ ମୋହି
ବାଂଶୁରୀ ତାନରେ ପ୍ରେମ ରସରେ ରସାଇ ।
ପଥ ବିଭାଜନ ଦେଖି ହୃଦ ଯାଏ ଫାଟି
ମଉଳିିଲେ ସୁୁୁଧାକର ଅମା ଆସେ ଘୋଟି ।
ରତ୍ନ ଆଭୂୂୂଷଣ ପରି ଗଳ୍ପ ଗୁଚ୍ଛ ଝୁଡି
ସତେ ହୀରା ଲୀଳା ହର୍ଷେ ସଙ୍ଗେ ଥିଲେ ଜଡି ।
ବେନି ମନ ଏକ ଘାଟେ ପିଉଥିଲା ଜଳ
ବିୟୋଗ ତୃଷା କାଳରେ ନୟନେ ଶାଦୃଳ ।
ପିରତି ବରଷା କରି ଚାଲି ଗଲା ସାଥୀ
କିଛି ଦୂର ପରିଯନ୍ତେ ନେତ୍ର ଥିଲା ଟାକି ।
ବିଶ୍ୱାସକୁ କାଢି ନେଲା ବେନି ନେତ୍ର ମଣି
ଛଳନାରେ କରି ଥିଲେ ହୃଦୟର ରାଣୀ ।
ଶୁଭ୍ର ସୂକ୍ଷ୍ମ ତନ୍ତୁ ବସ୍ତ୍ର କରି ପରିଧାନ
ହାସ୍ୟ ମୁୁୁଖେ ନାରୀ ଧରି କଲେ ଆଲିଙ୍ଗନ ।
ଛଳନା ବିଷ ବାରିିିରେ କରୁ ଥାଏ ସ୍ନାନ
ନଭୂଲିବି ମିିଥ୍ୟା ସାଥୀ ତୁମରି ବଦନ ।