କ୍ଷତାକ୍ତ
କ୍ଷତାକ୍ତ


ଆଖିରେ ମୋହର ଲୁହର ପାର୍ବଣ
ଓଠରେ ହସର ଗାର
ସାରା ରାତି ବିତେ ଲୁହରେ ଲୁହରେ
ଦିଏ ସେ ଦୁଃଖ ଅପାର
ମନର କୋହ ସବୁ ଲୁଚି ରହିଯାଏ
ଦେଖି ତ ପାରେନା କେହି
ଦୁନିଆଁଟା କହେ ଜୀବନରେ ମୋର
ଦୁଃଖ ବୋଲି କିଛି ନାହିଁ ,
ବସନ୍ତ ଆସେନା ଜୀବନରେ ମୋର
ରାଜୁତି କରେ ବୈଶାଖ
ମଳୟ ବହେନା ପୀରତି ରାଗରେ
ଶୁଷ୍କ ଶୀତ ଦିଏ ଦୁଃଖ
ଶ୍ରାବଣ ଆସିଲେ ବର୍ଷା ସହ ମିଶି
ମୁଁ ବି ଝରାଏ ଲୁହ
ନିଃସଂଗ ହୃଦୟ ହୁଏ ଆନ୍ଦୋଳିତ
ମନେ ଭରିଯାଏ କୋହ ,
କାହାକୁ କହିବି ହୃଦୟର କଥା
ବୁଝି ବି ଅବୁଝା ସବୁ
ଲୁହର ଶ୍ରାବଣ ମାନେନା ବନ୍ଧନ
କରି ହୁଏ ନାହିଁ କାବୁ ,
କେମିତି କହିବି କ୍ଷତାକ୍ତ କେତେ ମୁଁ
କେତେ ମୁଁ ଲୁହ ଝରାଏ
କ୍ଷତ ସବୁ ଯେତେ ଆପଣାର ଲାଗେ
ହୃଦୟ ଭିତରେ ଥାଏ ,
ମନ ଗହନର ନିବୃତ କୋଣରେ
ସତେଜ କ୍ଷତର ଚିହ୍ନ
ଜୀବନ ଯୁଦ୍ଧର ପରାସ୍ତ ସେନାନୀ
କ୍ଷତାକ୍ତ ଆଜି ମୋ ମନ ।
#SM Boss