STORYMIRROR

Subhalaxmi Nayak

Abstract Tragedy

4  

Subhalaxmi Nayak

Abstract Tragedy

କ୍ଷୋଭ

କ୍ଷୋଭ

1 min
372

ନିଶାର ଅର୍ଦ୍ଧାଧିକ ସମୟ ଜିଜ୍ଞାସାରେ ବିତେ 

ପ୍ରଶ୍ନ କରେ ନିଜକୁ ସେ!

ହଁ, ପ୍ରଗଳ୍ଭା ହୋଇ ପରଖି ନିଏ ତନ୍ନ ତନ୍ନ କରି

ଅନ୍ତରାତ୍ମାର ଲକ୍ଷେ କୁଠାରାଘାତ ସହ୍ୟ କରେ

କେଉଁ ଏକ ନିଭୃତ ଇଲାକାରେ ବିଚ୍ଛୁରିତ ସ୍ୱପ୍ନରାଜି

ଆତ୍ମସମ୍ମାନର ମଶାଲ ଧରି

ଭବିଷ୍ୟତକୁ ଆଲୋକିତ କରିବା ଉଦ୍ଦେଶ୍ୟରେ

ମରୀଚିକାର ବନ୍ଧନ ମଧ୍ୟରେ

ବଳି ପଡ଼ିଯାଏ ତା'ର ଗୋଟିଏ ଆକାଂକ୍ଷା

"ଆପଣା ପରିଚୟ"

ନାରୀ ହେବା କ'ଣ ସତରେ ପାପ?

ଏ ସୃଷ୍ଟିର ଆଧାର ଯାହା ପାଇଁ ସମ୍ଭବ 

ସେ ପ୍ରତି ମୂହୁର୍ତ୍ତରେ ନିର୍ଯାତିତା,

ଅହରହ ଶିକାର ହୀନ ମାନସିକତାର 

କେଉଁ ଦର୍ପରେ ତୁମେ କହୁଛ?

ମାନବ ସମାଜ ଯାତ୍ରୀ ହୋଇଛି 

ଆଜି ଉନ୍ନତି ପଥର....

ଉତ୍ତର ନାହିଁ ତୁମ ନିକଟରେ,

ରହିବ ବା କେମିତି?

ତୁମେ ଜଣେ ପୁରୁଷ!

ତୁମେ ବି ତ ସମାଜର ଅଭିନ୍ନ ଅଙ୍ଗରୁ ସୃଷ୍ଟି।


Rate this content
Log in

Similar oriya poem from Abstract