କ୍ଷଣ କ୍ଷଣକେ ଆନ
କ୍ଷଣ କ୍ଷଣକେ ଆନ
କହନ୍ତି କଥାରେ ମାଉସୀ ନିତି
କୁଆଡ଼େ ଆମ ଶରୀର ଭିତରେ
ରହିଛି ଶୋଇଛି ମେଲେଇ କାତି
ପାଞ୍ଚ ମନ ପଚିଶ ପ୍ରକୃତି
ଚଳ ଚଞ୍ଚଳ ମନ ପ୍ରବୃତ୍ତି
ସ୍ଥିର ରହେ ନାହିଁ ତାର ନିକିତି
କ୍ଷଣ କ୍ଷଣକେ ଆନ ନୀତି ନିୟତି
ମନୁଆ ମନ ପରା ବାଇଆ ଏକବାଗିଆ
ଏକ ଭାବନା ସରୁ ସରୁ ମାରଇ ଡିଆଁ
ତାକୁ ଲଗାମ ଲଗେଇ ଫାସରେ ପକେଇ
ହାତ ମୁଠାରେ ରଖି ପାରିଲେ ଜଗତ ମିଆଁ
ଫୁଲ ତୋଳୁଥିଲେ ମାଳୀ ନିଜକୁ ଭାବିବ
ହାର ଗୁନ୍ଥୁଥିଲେ ଦାସୀ ନିଜକୁ ମଣିବ
ଗୀତ ଗାଉଥିଲେ ଗାୟକ ନିଜେ ପାଲଟିଯିବ
ଗପ ଶୁଣୁଥିଲେ ସୁଧାର ବାଳିକ ନିଜେ ସାଜି ଯିବ
ପୂଜା କରୁଥିଲେ ଶିଷ୍ୟ ନିଜକୁ ଭଣିବ
ଚାଷ କରୁଥିଲେ ଚାଷୀ ନିଜକୁ କରିବ
ଯାତ୍ରା ଦେଖୁଥିଲେ ଚରିତ୍ର ନିଜକୁ ମାନିବ
ଖାଦ୍ୟ ପରଶୁଥିଲେ ମାଆ ନିଜକୁ ଭାବିବ
ବାଦିପାଲା ଶୁଣିଲେ ପାଳିଆ ନିଜକୁ ପାଇବ
ପ୍ରବଚନ ଶୁଣିଲେ ଗୁଣଗ୍ରାହୀ ନିଜକୁ ଜାଣିବ
ସିନେମା ଦେଖୁଥିଲେ ହିରୋ ନିଜକୁ ଭାବିବ
ସାହାଯ୍ୟ କରୁଥିଲେ କିଂକର ନିଜକୁ ଦେଖିବ
ମୋତେ ଲାଗେ
ମନ ପବନ ବେଗରେ ଧାଉଁଥାଏ
ଚିନ୍ତାଠାରୁ ପ୍ରତିବେଗରେ ଦୈଡିଯାଏ
ବଦଳୁଥାଏ ସମୟ ସୁଅରେ ଦୋହଲୁଥାଏ
ସ୍ଥିର ରଖିଲେ ଇଚ୍ଛା ତୃଣୀରରେ ଶୋଇଯାଏ
ମନବୋଧ ଚଉତିଶା ପରି
ସୁଖ ଶାନ୍ତି ପ୍ରଶାନ୍ତି ବିଭୁ କରୁଣା
ସିଦ୍ଧି ବୃଦ୍ଧି ପ୍ରସିଦ୍ଧି ଧର୍ମ ଧାରଣା
ଧନ ଜନ ଗୋପ ଲକ୍ଷ୍ମୀ ପ୍ରେରଣା
ସମୀକରଣ ପରି ଗୁନ୍ଥି ଯାଏ ଫୁଲ ବରଣା
