STORYMIRROR

Akshaya Dash

Action Fantasy Inspirational

4  

Akshaya Dash

Action Fantasy Inspirational

କରୁଣା

କରୁଣା

2 mins
41

ଫୁଲର ସୁବାସ ଦେଖିନାହିଁ କେହି

ଅମ୍ବୃତକୁ କିଏ ଚାଖିନାହିଁ,

କରୁଣା ମୟୀଙ୍କ ଅନନ୍ତ ଅସୀମ 

ସକତିକୁ କେହି ମାପିନାହିଁ।

ମାଟିର ମମତା ମାଆର ସରଧା

ଫଳର ସ୍ୱାଦକୁ ବାରିହୁଏ,

ଶରତ ପସିଲେ ଶେଫାଳୀ ଖସିଲେ

କାଶତଣ୍ଡି ମତେ ଠାରିକୁହେ।

ସକାଳ କାକର ହାଉଲେ ପାହୁଲ

ଦୃବାଦଳ ହୀରା ମୋତି ପଡି,

ପୁଷ୍କରିଣୀ ଧରା ପଦ୍ମାଳୟା ପରା

ଆଗମନ ପାଇଁ ପୂର୍ବ ଘଡି।

ନିର୍ମଳ ଅମ୍ବର ଗୁଞ୍ଜନ ମଧୁର

ଚାରୁ ଶୋଭାମୟ ଦଶ ଦିଗ,

ଶ୍ୟାମଳ, ସୁଶିଳ, ଶୃଙ୍ଖଳା, ଶୃଙ୍ଗାର

ବିଲ,ବନ, ଗିରି, ନଦୀ, ନଗ।

ଆଚ୍ଛାଦିତ ପତ୍ରଫଳ ପଲ୍ଲଭୀତ

ପୁସ୍ପିତ ଉଦ୍ୟାନ ଶୋଭା ଧନ,

ଜଗତ୍ର ନକ୍ଷତ୍ର ସାକ୍ଷାତ ମାତଙ୍କୁ

ଦର୍ଶନ ନିମନ୍ତେ ଜନ ମନ ।

ମୃଣ୍ମୟ ମୂରତି ନିମନ୍ତେ ଆରତୀ

ଦଶ ମହାବିଦ୍ୟା ଆସି ଦେବୀ,

ଚେତନା ଉର୍ଦ୍ଧରେ ମାୟା ସ୍ୱରୁପିଣୀ

ସାଧନାରୁ ସଦା ପ୍ରାପ୍ତ ହେବି।

ଅନିତ୍ୟ ସଂସାର ଏକା ଦେବୀ ଭାର

ବହନ କରନ୍ତି ମୁଖେ ହସି,

ପ୍ରେମ ପୂଜା ଦୁଇ ଫଳର ସ୍ୱାଦକୁ

ଚାଖିବାକୁ ପଡେଜୀବ ବସି।

ପ୍ରତି ନାରୀ ଦେବୀ କଳା ଅଧିକାରୀ

ପୁଷ୍ପର ସୁଗନ୍ଧ ଗୁଣ ସମ

ପୁରୁଷଙ୍କ ଧର୍ମ ମାତୃ ଜାତି ମାନ 

 ଦେବୀ ପୂଜା ଏବେ ହେଉ ମମ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action