STORYMIRROR

Puja Pradhan

Tragedy Fantasy Inspirational

4  

Puja Pradhan

Tragedy Fantasy Inspirational

କରୁଣା ମଇ

କରୁଣା ମଇ

1 min
204

ମାଁ ରୂପଠାରୁ କିଛିବି ସୁନ୍ଦର

  ଦୁନିଆରେ ଆଉ ନାହିଁ

 ସ୍ନେହ ଭରା ତୋ ପଣତ ପରଶ

   କୋଟି ଜନମ ପାପ କୁ ନିଏ ଧୋଇ ।


ଯେତେ ଦୁଃଖ ଆସୁ ଜୀବନରେ ମୋର

   ତୁମ ହାତ ଥିଲେ ମଥାରେ ମୋର

 ଜାଣି ହୁଏ ନାହିଁ ଦୁଃଖ ଚାଲିଯାଏ

   କେଉଁଆଡେ ସତେ ଉଭେଇ ।


ଆଖିରୁ ବୋହିଛି ଅସୁମାରୀ ଲୁହ

  ଯେବେ ଦୁଃଖ ଆସେ ଅତିଥି ହୋଇ

 ତୋ ହାତେ ପୋଛି ଲୁହକୁ ମୋହର

   ହସବାଣ୍ଟି ଥାଉ ପାଖରେ ରହି ।


ମନ୍ଦାର ମାଳାରେ ତୋ ବେଶ ସୁନ୍ଦର 

   ଦେଖିବାକୁ ଭକ୍ତ ଆସିଛି ଧାଇଁ

ମନଜାଣି ସବୁ ଗୁହାରି ବୁଝୁଛୁ 

   ମୋମାଁ ଭଳି କିଏ ହେବରେ ଭାଇ ।


ଏ ପାପ ପଙ୍କରୁ କରିଦେ ଉଧାର

  ଏ ମାୟା ସଂସାରୁ କରିଦେ ପାରି

 ତୋ ନାମ ତୁଣ୍ଡରେ ରହିଥାଉ ମାଁ

   ତୋ ପାଦରେ ଦିନ ଯାଉ ମୋହରି ।


 


Rate this content
Log in

Similar oriya poem from Tragedy