କରୁଣା ମଇ
କରୁଣା ମଇ
ମାଁ ରୂପଠାରୁ କିଛିବି ସୁନ୍ଦର
ଦୁନିଆରେ ଆଉ ନାହିଁ
ସ୍ନେହ ଭରା ତୋ ପଣତ ପରଶ
କୋଟି ଜନମ ପାପ କୁ ନିଏ ଧୋଇ ।
ଯେତେ ଦୁଃଖ ଆସୁ ଜୀବନରେ ମୋର
ତୁମ ହାତ ଥିଲେ ମଥାରେ ମୋର
ଜାଣି ହୁଏ ନାହିଁ ଦୁଃଖ ଚାଲିଯାଏ
କେଉଁଆଡେ ସତେ ଉଭେଇ ।
ଆଖିରୁ ବୋହିଛି ଅସୁମାରୀ ଲୁହ
ଯେବେ ଦୁଃଖ ଆସେ ଅତିଥି ହୋଇ
ତୋ ହାତେ ପୋଛି ଲୁହକୁ ମୋହର
ହସବାଣ୍ଟି ଥାଉ ପାଖରେ ରହି ।
ମନ୍ଦାର ମାଳାରେ ତୋ ବେଶ ସୁନ୍ଦର
ଦେଖିବାକୁ ଭକ୍ତ ଆସିଛି ଧାଇଁ
ମନଜାଣି ସବୁ ଗୁହାରି ବୁଝୁଛୁ
ମୋମାଁ ଭଳି କିଏ ହେବରେ ଭାଇ ।
ଏ ପାପ ପଙ୍କରୁ କରିଦେ ଉଧାର
ଏ ମାୟା ସଂସାରୁ କରିଦେ ପାରି
ତୋ ନାମ ତୁଣ୍ଡରେ ରହିଥାଉ ମାଁ
ତୋ ପାଦରେ ଦିନ ଯାଉ ମୋହରି ।
