କରୋନାରେ ରତନା ରତନୀ ର ବାହାଘର
କରୋନାରେ ରତନା ରତନୀ ର ବାହାଘର
ଆମ ଗାଁ ରତନା ପାହାନ
ଦେଖିଲା ଶୋଇକି ସପନ ।
ତା ପ୍ରେମିକା ରତନୀ କାନ୍ଦୁଛି
ମନେ ମନେ କେତେ ଖୋଜୁଛି ।
କହିଲା ରତନା ଭାଇ
ତୁମେ ଆସିବ କି ନାହିଁ ।
ନହେଲେ ଖାଇବି ବିଷ
ପଡିବ ମୋର ନିଶ୍ବାସ ।
ଫାଲଗୁନ ଗଲା ସରି
ହାତଗଣ୍ଠି କେବେ ପଡିବ ଆମରି ।
ରତନାକୁ କିଏ ସମ୍ଭାଳେ
ବାହାରିଲା ଭାରି ଦମ୍ଭରେ ।
ହାତ ମାରି ଗଜା ନିଶରେ
ସାଇକେଲ ଧରି ଜୋଶ୍ ରେ ।
କାହିଁ ଦୂର ସେ ସୁରାଟ
କାହିଁ ତାର ପଲ୍ଲୀ ଗାଁ ତ।
ଦିନ ରାତି ଏକ କରିଲା
ଆଖିରେ ରତନୀ ନାଚିଲା ।
କହିଲା କରୋନା ରାକ୍ଷସୀ
ଯିବନି ମୋ ପ୍ରେମ ଅଟକି ।
ରତନା ଆସି ସାଇକେଲରେ
ପହଞ୍ଚିଲା ଭିଟାମାଟିରେ ।
ରତନୀ ମନ ଉସତ
କିଏ ଦେଖେ ତାର ଖୁସି ତ?
ମୁଖା ବାନ୍ଧି ଦୁହେଁ ମୁଖରେ
ପହଞ୍ଚିଲେ ଗାଁ ମନ୍ଦିରେ ।
ନଥିଲେ ଗାଁର ବ୍ରାହ୍ମଣ
ବାସେନା ଭୋଜି ତିଅଣ।
ଦୁଃଖରେ କହିଲା ରତନା
ରତନୀ ଲୋ ମନଦୁଃଖ କରନା ।
ଏବେ କାମଚଳା ଫୁଲମାଳରେ
ରଖିବି ସଦା ଖୁସିରେ ।
ରତନା ଉଇଡ୍ସ (weds) ରତନୀ
ଆରମ୍ଭ ନୂଆଁ ପ୍ରେମ କାହାଣୀ ।