STORYMIRROR

Ajit Kumar Raut

Drama

4  

Ajit Kumar Raut

Drama

ମହାପ୍ରସାଦ

ମହାପ୍ରସାଦ

1 min
218


ଦେଖି ଦେଲେ ଏହି ଅବଢା ବ୍ୟଞ୍ଜନ

ମନଟି ଆତୁର ହୁଏ

ପ୍ରସାଦ ପାଇଲେ ପବିତ୍ର ହୁଅଇ

ପାପର ବିନାଶ ହୁଏ।୧।


ମନେ ପଡ଼ିଯାଏ ଜଗନ୍ନାଥ ନାମ

ଦେଖିଲା ମାତ୍ରେ ହିଁ ଏହି,

ଭକ୍ଷଣ କରିଲେ ପବିତ୍ର ହିଁ ହୁଏ

ପ୍ରଭୁଙ୍କ ଦର୍ଶନ ଏହି।୨।


ଦୀର୍ଘ ବର୍ଷ ହେଲା ପୁରୀ ଯାଇ ଥିଲି

କାଳିଆ ଦର୍ଶନ ପାଇଁ,

ଡୋର ଲାଗି ଥିଲା ଜୀବନେଟି ମୋର

ଚରଣ ସେବିବା ପାଇଁ।୩।


ଭକ୍ତି ମନେ ମୁହିଁ ଚରଣ ସେବିଲି

ହେଲା ଅଶ୍ରୁପୂର୍ଣ୍ଣ ଚକ୍ଷୁ,

ପ୍ରଭୁଙ୍କ କରୁଣା ସତେ କି ପଡିଲା

ଭକ୍ତିପୂର୍ଣ୍ଣ ହେଲା ଚକ୍ଷୁ।୪।


ଭାର ଭାର ଆସେ ପ୍ରଭୁଙ୍କ ଚରଣେ

ମହାପ୍ରଭୁଙ୍କର ଭୋଗ,

ମହାପ୍ରସାଦ ହିଁ ଜଗତେ ବିଖ୍ୟାତ

ଅବଢା ଅନ୍ନରେ ଖ୍ୟାତ।୫।


ଭକ୍ତି ଭରେ ମୁହିଁ ଗ୍ରହଣ କରିଲି

ଅବଢା ଅନ୍ନକୁ ମୁଖେ,

ମହାପ୍ରସାଦ ହିଁ ଅଟେ ହିଁ ଅବଢା

ପ୍ରଭୁଙ୍କ ପ୍ରସାଦ ମୁଖେ।୬।


ଜଗନ୍ନାଥ ନାମ ଗୁଞ୍ଜି ଉଠୁ ଅଛି

ଭକ୍ତଙ୍କର ଭକ୍ତିରେ ତହିଁ

ଶଙ୍ଖଧ୍ୱନି ଗୁଞ୍ଜେ ଶ୍ରୀକ୍ଷେତ୍ର ଭୂମିରେ

ହୁଳହୁଳି ପଡେ ତହିଁ।୭।


ଘଣ୍ଟ ଧ୍ୱନି ଶୁଭେ ଭକ୍ତିର ସ୍ୱରରେ

ମୃଦଙ୍ଗର ଥାପ ତହିଁ,

ଜଗନ୍ନାଥ ଭକ୍ତି ସମର୍ପଣ ଭାବ

ଭକ୍ତେ ଦିଶୁ ଥାଏ ତହିଁ।୮।


ବଡ଼ଠାକୁରଙ୍କ ବଡ଼ଦାଣ୍ଡରେ ହିଁ

ଭକ୍ତ ସମାଗମ ହୁଏ,

ଚତୁର୍ଦ୍ଦିଗ ଗୁଞ୍ଜେ କାଳିଆର ନାମ

ପବିତ୍ରଟି ମନ ହୁଏ।୯।


ଦେଖି ଦେଲେ ଏହି ଅବଢା ବ୍ୟଞ୍ଜନ

ମନଟି ଆତୁର ହୁଏ,

ପ୍ରସାଦ ପାଇଲେ ପବିତ୍ର ହୁଅଇ

ପାପର ବିନାଶ ହୁଏ।୧୦।



Rate this content
Log in

Similar oriya poem from Drama