STORYMIRROR

Kalandi pal

Drama Inspirational

4  

Kalandi pal

Drama Inspirational

ତୁମେ ନିର୍ଦେଶକ

ତୁମେ ନିର୍ଦେଶକ

1 min
187


ତୁମେହିଁ ଲେଖକ ତୁମେ ନିର୍ଦେଶକ

     ଏ ଜୀବନ ନାଟକରେ,

ତୁମ ଇଙ୍ଗିତରେ ଏ ନାଟକ ଚାଲେ

     ଯବନିକା ଇସାରାରେ

ପ୍ରଭୁ, ଥାଇ କାହିଁ କେଉଁ ଦୂରେ l0l


ଦଶ ମାସ ତୁମେ ସଂଳାପ ଅଭ୍ୟାସ

    କରାଇଲ ମାତୃ ଗର୍ଭେ,

କେମିତି ନାଟକ ହେବ ମନଲୋଭା

    ଶିଖାଇଲ ତୁମ ଭାବେ,

ଲୋଭ, ମୋହ, ହିଂସା, ଅନ୍ୟାୟ, ଅନୀତି

    ଦେଖଣା ହାରି ନାଟରେ, l୧l


 ମଞ୍ଚ ତ ବାନ୍ଧିଲ ସାଜସଜା କଲ

    ମଞ୍ଚକୁ ଦେଲ ପଠାଇ,

ତୁମେ ଅନ୍ତରାଳେ ସବୁ ଦେଖୁଥିଲ

    ମଞ୍ଚେ ସବୁ ଭୁଲିଯାଇ,

ଦେଖଣାହାରିଙ୍କ ପସନ୍ଦରେ ଯାଇ

    ପଡ଼ିଗଲି ମୁହିଁ ଫାନ୍ଦରେ, l୨l


ଏବେ ମନେ ପଡ ତୁମେ ମହାପ୍ରଭୁ

     ଚରଣେ ଦିଅ ଶରଣ,

ମୋର ଦୋଷ ପାଇଁ ଯାହା ତୁ ଦଣ୍ଡିବୁ

     ଦେବୁତୁ ଯେତେ କଷଣ,

ସବୁତ ସହିବି ଦୋଷ ଦେବୀ ନାହିଁ

     ପଦ ଧ୍ୟାୟୀ ନିରନ୍ତରେ, l୩l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama