STORYMIRROR

Papu parida

Drama Inspirational Others

4  

Papu parida

Drama Inspirational Others

ସମ୍ପର୍କ

ସମ୍ପର୍କ

1 min
241

ସମ୍ପର୍କ

ମମତାର ସମ୍ପର୍କ

ମନର ଦୁଃଖ ବା ପେଟର ଭୋକକୁ

ଯେ ନ କହି ବି ଜାଣିନେବ

ଯାହାର କୋଳରେ ଶୋଇଗଲେ ଥରେ

ସରାଗ ଫିକା ଲାଗିବ।

ସେ ମାଆଟିଏ ହୋଇଥିବ।

ସେ ମାଆଟିଏ ହୋଇଥିବ।


ସମ୍ପର୍କ

ଶ୍ରଦ୍ଧାର ସମ୍ପର୍କ

ଭାବିଷ୍ୟକୁ ତୋର ସଜାଡିବା ଲାଗି

ଯେ ଦିନ ରାତି ଖଟୁଥିବ

ସୁଖ ନିଦ ତୋର କିଣିଦେବା ପାଇଁ

ରାତି ରାତି ଚେଉଁ ଥିବ।

ସେ ବାପାଟିଏ ହୋଇଥିବ।

ସେ ବାପାଟିଏ ହୋଇଥିବ।


ସମ୍ପର୍କ

ସ୍ନେହର ସମ୍ପର୍କ

ତୋ ସୁଖ ଦୁଃଖରେ ପ୍ରତି ମୁହୂର୍ତ୍ତରେ

ତୋ ପାଖେ ପାଖେ ଥିବ

ମନେ ଚାପି ସ୍ନେହ ଶ୍ରଦ୍ଧା ଆଉ ପ୍ରେମ

କଳି ସଦା କରୁଥିବ।

ସେ ଭାଇଟିଏ ହୋଇଥିବ।

ସେ ଭାଇଟିଏ ହୋଇଥିବ।


ସମ୍ପର୍କ 

ବନ୍ଧୁତା ସମ୍ପର୍କ

କାନ୍ଧ ସାଙ୍ଗେ କାନ୍ଧ ମିଶାଇ ତୋହର

ସେ ଦୁଃଖରେ ବି ସାଥେ ଥିବ

ପ୍ରତିକୂଳ ସ୍ଥିତି ଆସିଲେ ଜୀବନେ

ଏକା ତୋତେ ନ ଛାଡିବ।

ସେ ବନ୍ଧୁଟିଏ ହୋଇଥିବ।

ସେ ବନ୍ଧୁଟିଏ ହୋଇଥିବ।


ସମ୍ପର୍କ

ଶିକ୍ଷାର ସମ୍ପର୍କ

ଭବିଷ୍ୟତ ତୋର ଗଢିବା ଲାଗିରେ

ଯେ ନିଷ୍ଠୁର ହୋଉଥିବ

ଜ୍ଞାନ ଦେଇ ତୋତେ ଦୁନିଆ ଦାଣ୍ଡକୁ

ସ୍ୱାଭିମାନେ ବଢ଼ାଇବ।

ସେ ଗୁରୁଟିଏ ହୋଇଥିବ।

ସେ ଗୁରୁଟିଏ ହୋଇଥିବ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama