STORYMIRROR

lLeena Pani

Drama Tragedy

4  

lLeena Pani

Drama Tragedy

ରାଜକନ୍ୟାର ବିରହ

ରାଜକନ୍ୟାର ବିରହ

1 min
291

କାନ୍ଦୁଥିଲା ରାଜକନ୍ୟା

ତାର ଜୀବନ ବିପର୍ଯ୍ୟୟରେ

ସେ ଠିଆ ହୋଇଥିଲା

ଅପ୍ରାସିତ ଝଡ ର ସମାପ୍ତି ରେ ।


ରାଜକନ୍ୟା ର ଭାଗ୍ୟ

ରାଜ୍ୟ ସାଥେ ଯୋଡ଼ା ଥିଲା

ସପ୍ନ ର ରାଜକୁମାର

ରହିଯାଇଥିଲା ସପ୍ନ ରେ

ରାଜକନ୍ୟା ଠିଆହୋଇଥିଲା

ଅସ୍ତଗାମୀ ରାଜ୍ୟର ଦ୍ଵାରରେ ।


ଭାଗ୍ୟ ତାର ବିଜୟି ରାଜ୍ୟ ହାତରେ

ସେ ଆଜି ଅଗଣିତ ରାଣୀ ଭିତରେ

ବସିରହିଅଛି ଅପେକ୍ଷା ରେ

ବୃଦ୍ଧ ରାଜାର ଅଭିସାରିକା ବନିବାରେ ।


ଅପେକ୍ଷାର ଶେଷ ନାହିଁ

ଦେହର ଅତୃପ୍ତ ବାସନାକୁ

ରାଜକନ୍ୟା ଅଣଦେଖା କରିପାରେ ନାହିଁ ।

ସେଦିନ କାନ୍ଦୁଥିଲା ରାଜକନ୍ୟା

ତାର ରାଜବଂଶ ରେ ଜନ୍ମ ପାଇଁ ।


ଆଜି ପୁଣି ଠିଆହୋଇଛି

ତାର ଦୁର୍ଭାଗ୍ୟର ପୁନାରବୃତ୍ତି ପାଇଁ

ସେ ଆଜି ପରାଜିତ ରାଜ୍ୟର ରାଣୀ

ତାର ଜୀବନ ର ପୂର୍ଣ୍ଣାହୁତି ପାଇଁ ।


ତା ମନରେ ଦୁଃଖ ନଥିଲା

ଏହି ଅବହେଳିତ, ଅବାଂଛିତ ଜୀବନ ପାଇଁ

କେବଳ ଦୁଃଖ ଥିଲା

ରାଜକନ୍ୟା ହୋଇ ଜନ୍ମ ନେଇଥିବା ପାଇଁ ।


Rate this content
Log in

Similar oriya poem from Drama