STORYMIRROR

Pranati Mahapatra

Abstract

3.5  

Pranati Mahapatra

Abstract

କରୋନା

କରୋନା

1 min
5.9K


ଆସନା,ଯାଆନା

ବସନା,ହସନା

ଠିଆ ହୁଅନା,ଛୁଅଁନା

କଥା ହୁଅନା,ହାତ ମିଳାନା

ମୁହଁ ଖୋଲନା,ଆଖି ନାକ ମୁହେଁ ହାତ ମାରନା

ଓହୋଃ ବ୍ୟତିବ୍ୟସ୍ତ ଆଉ ଆତଙ୍କିତ

ପୁଣି ମନେ ମନେ ହୁଏ ବିରକ୍ତ,

କେମିତିକା ଏହି ଚାଇନା ମଣିଷ

ପୋକଜୋକ ଖାଇ ଆଣନ୍ତି ରୋଗ

ନିଜେ ତ ମରନ୍ତି ଆମକୁ ଡ଼ରାନ୍ତି 

ତାଙ୍କ ପାଇଁ କେତେ ପାଆନ୍ତି କଷ୍ଟ,

ପାଖରେ ପାଇଲେ ଆମ ଲୋକମାନେ

ମାରି ଦେଖେଇବେ ତାଙ୍କୁ ସୁ ବାଟ

ଆମ ସଂସ୍କୃତି ପରମ୍ପରା ଦେଖି ଦିନେ

ଯିଏ ଟେକୁଥିଲେ ନାକ,

ପୁରୁଣା କାଳିଆ ପରମ୍ପରା କହି

ତାତ୍ସଲ୍ୟ କରନ୍ତି ସେହି ସେ ଲୋକ

ଆଜି ଗର୍ବ କରେ ମୁଣ୍ଡ ଟେକି ତୁଣ୍ଡେ

ଭାରତୀୟ ବୋଲି ହସି ମୁଁ କହେ,

ମୋ ବେଦ ଉପନିଷଦ, ମୁନିଋଷିଗଣ

କେତେ ବିଜ୍ଞ ଏବେ ପ୍ରମାଣ ହୁଏ

ବୈଦିକ ସଂସ୍କୃତି ଆଚାର ବିଚାର

ବ୍ୟବହାର ଆମ କେଡେ ମାର୍ଜିତ,

ଜୀବେ ଦୟା ନୀତି ଧାର୍ମିକ ସଂସ୍କୃତି

ପଥ ଅନୁସରି ଚାଲନ୍ତି ମୋ ଭାଇ ବନ୍ଧୁ ତ

ଯେତେ ମହାମାରୀ ଭାଇରସ ଆସୁ

ଭୃକ୍ଷେପ ନ ଥାଏ ଏ ଦେଶ ମାଟିରେ,

ପ୍ରଭୁ ଜଗନ୍ନାଥ କାଳିଆ ସାଆନ୍ତ 

ଛତ୍ରଛାୟା ତଳେ ଆମେ ଅଛୁରେ

ଚକ୍ର ଆଢୁଆଳେ ଭକ୍ତଙ୍କୁ ରଖନ୍ତି 

ତାଙ୍କ ଯଶବାନା ସବୁଠି ଉଡେ,

ସତ୍ୟ ଧର୍ମ ନ୍ୟାୟ ପଥେ ପଥ ଚାଲି

ଦୟା କ୍ଷମା ଆଭୁଷଣ ଯେ ଧରେ

ବିଦେଶୀ ମାନେ ଯେ ତାଙ୍କ ଢାଞ୍ଚା ଭୁଲି

ଆପଣେଇଲେଣି ଆମରି ନୀତି,

ଆଲିଙ୍ଗନ ହାତ ମିଳାଇବା ଛାଡ଼ି

ଦୂରୁ ନମସ୍କାର ଦେଖ କରନ୍ତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract