STORYMIRROR

Manaswini Dash

Tragedy

4  

Manaswini Dash

Tragedy

କରୋନା

କରୋନା

1 min
268

ଅହଙ୍କାରର ସ୍ତୁପ ଆଜି ଧରାଶାୟୀ, 

ଶୋକର ଓ ସ୍ଥବିରତା ଭିତରେ ଜୀବନ ଆଜି ନିର୍ଜୀବ 

ଅର୍ଥ, ସମ୍ମାନ ଆଉ ଅଭିମାନ ଯେମିତି ମୂଲ୍ୟହୀନ ହୋଇଯାଇଛି ତା ବାଟରେ 

ସର୍ବତ୍ର ଗୁ଼ଞ୍ଜରିତ ବିଷାଦର ରାଗିଣୀ, ନିରାଶର କ୍ରନ୍ଦନ 

ସମସ୍ତେ ଆଜି ସମର୍ପିତ ସେହି ମହାମାରୀର ଚରଣ ତଳେ 

ସର୍ବତ୍ର ଆଜି ସେହି ଆତଙ୍କିତ ଶବ୍ଦ 'କରୋନା'

ସମସ୍ତେ ଆଜି ବିସ୍ମିତ ତାର କରାଳ କାୟାରେ 

କେତେବେଳେ ସ୍ପର୍ଶ କରି କାହାର ଜୀବନକୁ ଠେଲି ଦେଉଛି ଅମା ଅନ୍ଧକାର ମଧ୍ୟକୁ ତ 

କେତେବେଳେ ଟାଣି ନେଉଛି ଅବାଞ୍ଛିତ ମୃତ୍ୟୁର କୋଳକୁ 

ଯେମିତି କରୋନା ଉଭା ହୋଇଛି ଏକ ଅଦୃଶ୍ୟ ଶତୃ ରୂପେ 

କେତେବେଳେ କେଉଁ ସମ୍ପର୍କ ନିଶ୍ଚିହ୍ନ ହୋଇଯାଉଛି କାହାଠାରୁ ନାହିଁ କିଛି ପୂର୍ବ ସୂଚନା 

ସମସ୍ତେ ଆଜି ଗୃହବନ୍ଦୀ 

ଅଣନିଃଶ୍ୱାସୀ ଭୟରେ, ଆତଙ୍କରେ 

ମଣିଷ ଆଜି ଭୁଲିଯାଇଛି ସ୍ପର୍ଶ, ଆଲିଙ୍ଗନ 

ଭୁଲିଯାଇଛି ମାନବିକତା, ମମତା, ନିମନ୍ତ୍ରଣ 

ଗରିବ ଆଜି ଆନ୍ଦୋଳିତ ଜୀବିକାର ଯନ୍ତ୍ରଣାରେ 

ସଂସାର ଆଜି ଅଟକି ଯାଇଛି ଅର୍ଥ ପାଇଁ 

ଚାରିଆଡେ ଶୂନ୍ୟତା, ନିର୍ଯ୍ୟାତନା ଆଉ ନିର୍ଜନତା 

ଡାକ୍ତରଖାନା ଆଜି ଯେମିତି ଗର୍ଜି ଉଠୁଛି ରୋଗୀର ଚିତ୍କାରରେ 

ଘରେ ଘରେ ଆଜି ବେଦନାର ଚିତ୍କାର 

କରୋନା ଆଜି ଲୋଟିନେଇଛି ବଞ୍ଚିବାର ସ୍ୱପ୍ନ 

ପୋଛିଦେଇଛି ସମସ୍ତ ଅଙ୍କୁରିତ ସ୍ୱପ୍ନକୁ 

ଏହି ମହାମାରୀ ପାଲଟିଯାଇଛି ସର୍ବହରଣକାରୀ ||



Rate this content
Log in

Similar oriya poem from Tragedy