STORYMIRROR

Amita Dash

Abstract Tragedy Others

3  

Amita Dash

Abstract Tragedy Others

କରୋନା ସମୟରେ ମୋ ଜୀବନ ର ଅବସ୍ଥା

କରୋନା ସମୟରେ ମୋ ଜୀବନ ର ଅବସ୍ଥା

1 min
345


ମୋ ଜୀବନ ର ରାସ୍ତା ନ ଥିଲା ଫୁଲ ପାଖୁଡ଼ାରେ ସଜା

ପ୍ରତି ମୁହୂର୍ତ୍ତ ଚାଲିଲେ ଲାଗୁଥିଲା କଣ୍ଟକିତ ରାସ୍ତା

ଉଠାଣି,ଗଡାଣି,ଖାଲ ଆଉ ଖମା 

ଗୋଡ଼ି ପଥର ର କି ସୁନ୍ଦର ଉପମା

ଯନ୍ତ୍ରଣା ଦାୟକ ଜୀବନ ହେଲେ ବି

ସବୁ ସମୟରେ ସାଥିରେ ଥିଲା ମୋ ଜନ୍ମ ଦାତ୍ରୀ ମାଁ।


ବାପା ଚାଲି ଯାଇଥିଲେ ମୋ ପିଲା ଦିନରେ

ମାଁ ମଣିଷ କରିଥିଲା ବହୁ ଯାତନା ଦୁଃଖ ରେ।


ପଇସା ଅଛି କି ପାଠ ପଢିବି

ଜମି ଅରାଏ ଅଛି କି ଚାଷ କରି ଖାଇବି

ଦାଦନ ଖଟି ବାହାରକୁ ଗଲି

ଦୁଇ ଓଳି ଭଲସେ ଖାଇବା ମିଳିନି

ପ୍ରତିବାଦରେ ଶାରୀରିକ,ମାନସିକ ଯନ୍ତ୍ରଣା ସହିଚି

ପେଟ ଭୋକ ମଣିଷ କୁ କି କଷ୍ଟ ନ ଦଉଚି

ହଁ ଆଶା ନେଇ ବଞ୍ଚେ ଦିନେ ନା ଦିନେ

 ଅମାବାସ୍ୟା କାଳି ଅନ୍ଧାର ହଟିବ।


ସକାଳ ର ଆଶା ସଂଧ୍ୟା କୁ ଗଡାଏ

ଆଶା, ମାସଓ ବର୍ଷ ର ଅପେକ୍ଷା ରେ ଥାଏ

ଗାଁ ଗଣ୍ଡାରେ କାମ ଥିଲେ କାଇଁ ଯାଆନ୍ତୁ ସାତ ଦରିଆ ସେ ପାରେ

ମାସ ଶେଷକୁ ମାଁ ଚାହିଁ ବସିଥାଏ

ସାହୁକାର ବାକି ,ଘର ଆଉ ତା ଔଷଧ ଖର୍ଚ୍ଚ ଆଦି ପାଇଁ ଯା ପଠାଏ


କି ବେଳେ ମହାମାରୀ କରୋନା ଆସିଲା

କାମ ଧନ୍ଦା ସବୁ ଚମ୍ପଟ ମାରିଲା

ମାଁ କୁତ କାମ କରୁଛି କରୁଛି କହି ଚାଲିଚି

ପଇସା ନ ପଠେଇ ପାରିଲେ କ'ଣ କହିବି

କାଲି ଖବର ଆସିଛି ମାଁ କୁ କରୋନା ହୋଇଚି

ଡର ରେ କେହି ପାଖ ପଶୁ ନାହାନ୍ତି।


ସରପଞ୍ଚ ବାବୁଙ୍କୁ ଫୋନ ରେ ଜୁହାର ହେଲି

ମୋ ଯିବା ଯାଏ ମାଁ କୁ ଡାକ୍ତର ଦେଖାଅ କହିଲି

ସାଇକଲ ଟା ଧରି ରାତା ରାତି ବାହାରି ପଡ଼ିଲି

ବାଟ ଅଜଣା କୁ ଖାଇବା କିଛି ନାହିଁ

ଚୁଡ଼ା ଗଣ୍ଡେ, ବିସ୍କୁଟ ଦି ପାକେଟ ରେ ଘରେ ପହଞ୍ଚିଲି।


ମୋ ଆସିବା କଥା ଶୁଣି ମାଁ ଉଠି ବସିଲା।

ବଡ଼ ରୋଗ ଠାରୁ ଏ ରୋଗ ଟା ବଳି ପଡ଼ିଲା ରେ ବାପା

ମୋ ମାଁ କହିଲା

ମୋତେ ଦେଖିବାର ଦୃଢ଼ ମନୋବଳ ତାକୁ ଜୀବନ୍ୟାସ ଦେଲା।


ଆଉ କୁଆଡେ ଯିବିନି ମାଁ କୁ ଛାଡି

ଗଣ୍ଡେ ଖାଇ ଢୋକେ ପିଇ ଦାନ୍ତ କାମୁଡି ପଡିବି ଏଇଠି

ଇଏ ମୋ ଜନ୍ମ ମାଟି ସହ ଆଜିଠୁ ବି ବନିବ କର୍ମ ଭୂମି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract