STORYMIRROR

DR PRASANTA KUMAR BISWAL

Action

2  

DR PRASANTA KUMAR BISWAL

Action

କରୋନା ମହାମାରୀ

କରୋନା ମହାମାରୀ

1 min
30

କରୋନାnଜୀବନ ନାଶିନୀ, 

ଦୂରରୁ ଲାଗୁଥାଅ ଭଦ୍ର,ଅଭିମାନିନୀ,

ବିନା ଆତିଥ୍ୟରେ ଦ୍ବାରସ୍ଥ ହୁଏନି,

ହଇଜା ବସନ୍ତ ପରି 

କାହାଘରେ ଜବରଦସ୍ତ ପଶେନି, 

ପାଖକୁ ଆସିଲେ ,ହାତ ଧରିଲେ,

କରମର୍ଦ୍ଦନ କରି ନିମନ୍ତ୍ରଣ ଦେଲେ

ଅନୁରୋଧ ଏଠି ପାରେନି। 


କରୋନା

ପାଦ ଥାପିଲେ କାହାଘରେ

ଫେରେନି ସହଜରେ,

ସଂକ୍ରମିତ କରେ ଧିରେ ଧିରେ,

ଆବାସ ତାର ,ସୁନ୍ଦର ଅଙ୍ଗରେ,

ହସ୍ତ ,ନାସିକା,ଅଧର,

ତାହାର ଅଟେ ଯେ ଆସର,

ଛୁଇଁଲେ,କାଶିଲେ,ଛିଙ୍କିଲେ,ଚୁମିଲେ,

ପ୍ରଭାବ ସେ କରେ ବିସ୍ତାର ।


ବେଶି ଦିନ ସେ ସବାର ହୁଏନା

କ୍ୟାନସରପରି କାଙ୍ଗାଳ କରନା,

ଏଡସ ପରି ଲଜ୍ଜା ଦିଅନା,

ପୋଲିଓ ପରି ବିକଳାଙ୍ଗ କରନା,

ମାତ୍ର କେବଳ ଚଉଦ ଦିନ,

ମାରିବ ନତୁବା ଛାଡିବ,

ପ୍ରଚଣ୍ଡ ପ୍ରତାରକ ସେ,

କରେ ପ୍ରଚଣ୍ଡ ପ୍ରତାରଣା, 

ରୋଗ ଥାଇ ମଧ୍ୟ ଲକ୍ଷଣ ଦିଶେନା।


ହେ ମଣିଷ ଭାଇ,

କରୋନାକୁ ଡରନାହିଁ

ତାର ବାସସ୍ଥାନ, କର ବର୍ଜନ, 

ବାରମ୍ବାର ହସ୍ତ କର ପ୍ରକ୍ଷାଳନ,

ନ ଭୁଲି ମାସ୍କ କରପରିଧାନ,

ଏ ସବୁରେ ସର୍ବଦା ହୁଅ ସଚେତନ ,

ହେବ ସେ ପରାହତ,ହସିବ ଜଗତ,

ଦୁଃଖ ରହେନି ଚୀରଦିନ,

ଈଶ୍ବରଙ୍କ ଉପରେ ହୁଅ ଆସ୍ଥା ଭାଜନ,

କରୋନା ନିଶ୍ଚିତ କରିବ ପଳାୟନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action