କରନାହିଁ ପ୍ରଭୁ କପଟ
କରନାହିଁ ପ୍ରଭୁ କପଟ
ସହି ହେଉନାହିଁ ଦୁନିଆର ଦୁଃଖ
କେମିତି ସହିବି କୁହ,
ସବୁଠି ଖାଲି ହୃଦୟଭରା ଲୁହ
କାହା ମୁହେଁ ନାଁହି ହସ ||
ମା ଠାରୁ ପୁତ୍ରକୁ ଛଡାଇ ନେଉଛ
କେମିତି ସହିବ ମା,
ପିଲା ଠାରୁ ପିତାମାତାଙ୍କୁ ଛଡାଇ
କି ଖୁସି ପାଉଛ କୁହ ||
ସବୁଆଡ଼େ ଖାଲି ମୃତ୍ୟୁର ତାଣ୍ଡବ
ଏ ଦେହ ଯାଉନି ସହି,
ନୀରବରେ ପ୍ରଭୁ ତୁନି ରୁହ ନାଁହି
ପ୍ରଭୁ କର କିଛି ଚମତ୍କାର ||
ଆଉ କାହା ମନେ ଦିଅ ନାଁହି ଦୁଃଖ
ଦିଅ ନାଁହି ହୃଦୟଭରା ଯନ୍ତ୍ରଣା
ପୂର୍ବ ପରି ତୁମେ ଫେରାଇ ଦିଅ
ସଭିଙ୍କ ଓଠରେ ହସ ||
ସଭିଙ୍କୁ ତୁମେ ସଦବୁଦ୍ଧି ଦିଅ
କ୍ଷମା କର କ୍ଷମାସାଗର,
ତୁମ ସନ୍ତାନ କରୁଅଛି ଜଣାଣ
ଦୟା କର ଦୟା ଭଣ୍ଡାର ||
ଏ ବିଶ୍ୱବାସୀଙ୍କୁ ଉଦ୍ଧାର କର
କୃପା କର କୃପାମୟ,
ଅଛି ମୋ ବିଶ୍ବାସ ରଖିଛି ଭରଷା
କରନାହିଁ ପ୍ରଭୁ କପଟ ||
ଏ ଝରଣା ପ୍ରଭୁ କରୁଅଛି ଗୁହାରୀ
ସଭିଙ୍କୁ ଦିଅ ଆଶିଷ,
ତୁମେ ସ୍ରୁଷ୍ଟି କର୍ତ୍ତା ତୁମେ ହିଁ ବିଲୟ
ତୁମେ ପୁଣି ଓଁକାର ||