STORYMIRROR

Ajit Kumar Raut

Abstract Tragedy Classics

3  

Ajit Kumar Raut

Abstract Tragedy Classics

କର୍ମ ଭୂଇଁ ଏହୁ

କର୍ମ ଭୂଇଁ ଏହୁ

1 min
143

କିପରି ଜୀବନ ଦେଲୁରେ ଠାକୁର

   ଜନ୍ମରୁ କଷ୍ଟକୁ ଭୋଗେ

ଡାକେ ଦିବାରାତ୍ରୀ କାଳିଆ ତତେରେ

   ଯନ୍ତ୍ରଣା କିପରି ଭୋଗେ।


ଅତି କଷ୍ଟକର ହେଉଛି ଅସହ୍ୟ

  ଯନ୍ତ୍ରଣାରେ ମୁଁ ପୀଡିତ,

ତଥାପି ନଜର ନପଡେ କାଳିଆ

  କରେ ତ୍ରାହି ତ୍ରାହି ଆର୍ତ୍ତ।


କର୍ମ ଯାତନଟା ଜୀବନେ ଅସଲ

  ଆଉତ ସବୁ ନକଲ,

ବୁଦ୍ଧି ଦିଶୁ ନାହିଁ ମନଟି ଅଥୟ

   ଶୁନ୍ୟ ହୁଏରେ ଅକଲ।


ଏ ନିର୍ଲଜ ପ୍ରାଣ ବଞ୍ଚିବାକୁ ଇଚ୍ଛା

  କରି ପାରୁ ନାହିଁ ତ୍ୟାଗ, 

ଭାବି ପାରୁ ନାହିଁ କି କରିବି ମୁହିଁ

  ଜୀବନରେ ସଦା ରୋଗ।


ରୋଗର ଯନ୍ତ୍ରଣା ଅଥୟ କରୁଛି

  ପାରୁନି ଭଲରେ ଜୀଇଁ,

ଛାଡି ପାରୁ ନାହିଁ ଜୀବନକୁ ମୁହିଁ

  କର୍ମକ୍ଷେତ୍ର କର୍ଭଭୂଇଁ।


ଚିନ୍ତିତ ଟି ପ୍ରାଣ ମନରେ ଉଦବେଗ

  ଭୋରଷ କରିଛି ତତେ,

ତୁହି ସଞ୍ଜିବନୀ ରୋଗ ନିବାରଣେ

   ଡାକୁ ଅଛି ପ୍ରଭୁ ନିତ୍ୟେ।


ରୋଗ ମୁକ୍ତ କର କର୍ମ କରି ପାରେ

   କରି ପାରେ ଗୃହ କାର୍ଯ୍ୟ,

ପାରେ ରାଷ୍ଟ୍ର କାର୍ଯ୍ୟ ଜୀବନେ କରିଣ

   କରି ପାରେ ଜନକାର୍ଯ୍ୟ।


ମନୁଷ୍ୟ ଜୀବନ ବୃଥା ନ ହେଉହେ

  ଦୁର୍ଲ୍ଲଭ ଜୀବନ ପରା,

କର ରୋଗ ମୁକ୍ତ କରି ପାରେ କାର୍ଯ୍ୟ

   ଜୀବନ ତହରି ପରା।


ବ୍ରହ୍ମାଣ୍ଡ ଠାକୁର ସୁସ୍ଥ କରି ଦିଅ

  ତୋର ଆଶିର୍ବାଦ ହେଉ,

ଭୋଜୁ ଥିବି ନିତ୍ୟେ ଚରଣେ ତହର

  ରୋଗ ଯନ୍ତ୍ରଣା ଟି ଯାଉ।


କେବଳ ଭରଷା ତୁମେ ଜଗନ୍ନାଥ

  ଜାଣେ ନାହିଁ ଅନ୍ୟ କାରେ,

ସୁସ୍ଥ କରି ଦିଅ ଜୀବନକୁ ମୋର

  ନଜର ଦିଅହେ ଥରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract