କଂସ ବନ୍ଦୀ ଗୃହ
କଂସ ବନ୍ଦୀ ଗୃହ
ବନ୍ଦୀଗୃହେ ନିକ୍ଷେପ ହେବାକୁ
ଦେବକୀ ଭାଗ୍ୟରେ ଥିଲା
ବନ୍ଦୀ ଘର ଅନ୍ଧାରୀ ମୁଲକେ
ଚମତ୍କାରୀ ଯେବେ ହେଲା
ନିଶାରେ ବର୍ଷା ଗରଜୁ ଥିଲା
ଶୁନ୍ୟତାରେ ନିର୍ଜନତା ବନ୍ଦୀ ହେଲା ।
ରଥରେ ବସାଇ ଭଉଣୀ ଦେବକୀ
କଂସ ଶୁଣିଲା ଶୁନ୍ୟ ବାଣୀ
ସ୍ୱାମୀ ବାସୁଦେବଙ୍କ ସହିତ
କାଳକୋଠରୀ ହେଲା ଦୁଃଖିତ
ରାଜାଙ୍କ ଭଉଣୀ ବନ୍ଦିନୀ
ବନ୍ଦୀଗୃହରେ ରାଜନନ୍ଦିନୀ ।
ଆରତତ୍ରାଣ ଶୁଣିଲେ ଆରତ
କହିଲେ ଦୁଃଖ କରନା ମାତ
ଗୋଟି ଗୋଟି ସହଦୋର
ମାରୁଛି ମାମୁଁ କଂସାସୁର
ତା ବନ୍ଦୀ ଗୃହେ ଜନମିବି
ବନ୍ଦୀଶାଳେ ଜନମି କଂସ ନିପାତିଵି ।
ଭୟରେ ମାତା ପିତା ଦୁଇ
ଆତୁରେ ଭଗବାନଙ୍କୁ ଭଜଇ
ଶ୍ରୀକୃଷ୍ଣ ହୋଇ ବନ୍ଦୀ ଗୃହେ ଜନମିବି
କଂସର ଜୀବନ ମୁଁ ନେବି
ଏକଥା କରିବା ଦୁରୂହ ବ୍ୟାପାର
ବନ୍ଦୀ ଶାଳେ ପିତା ମାତା ଥର ହର ।
ଅଷ୍ଟମ ଗର୍ଭୁ ହେଲେ ପ୍ରଭୁ ଜାତ
ଆଶ୍ଵସ୍ତ କେମିତି ହେବେ ପିତା ଓ ମାତ
ଫିଟିଲା ଗୋଡ଼ରୁ ବେଡି ଓ କବାଟ ଶିଙ୍କୁଳି
ବାସୁଦେବ ଟୋକେଇରେ ଭରିଲେ ପୁତ୍ରମଣି
ଯମୁନା ବହିଲା ଉଜାଣି
କଂସ ପିତା ଉଗ୍ରସେନ ବାଟ ଛାଡିଲେ ଜାଣି ।
ଆଗରୁ ସରସ୍ବତୀ ମାତ
ଯଶୋଦା ମାତ କୋଳେ ଜାତ
ନିଶାରେ ବରଷାର ଦାଉ
ସପ୍ତଫେଣୀ ନାଗ ଦେଖାଏ ତା ଭକ୍ତି ଭାଉ
ଯଶୋଦା କୋଳେ ରଖି ପୁତ୍ର
କନ୍ୟା ଆଣିଲେ ବାସୁଦେବ ସେତ ।
କୁଆଁ କୁଆଁ ଡାକରେ ବାଣ୍ଡିଗୃହ ତାଲା
କଂସ ନିର୍ଦେଶ ମାତ୍ରେ ଖୋଲିଗଲା
କନ୍ୟାକୁ ଛାଡିଦିଅ ବୋଲି ଦେବକୀ ବାଳି
ବନ୍ଦୀ ଗୃହେ କମ୍ପନ ପ୍ରତିଧ୍ୱନିତ ହେଲା ଅଳି
ଶୁଣିଲା ନାହିଁ କଂଶାସୁର
ମାରିଲା ପୂର୍ବ ପରକାର ।
ବିଜୁଳି କନ୍ୟା ଅଟ୍ଟହାସ୍ୟ ବନ୍ଦୀ ଗୃହେ
ମାଆ ଦେବକୀଙ୍କୁ ବୋଧ ଦିଏ
ତୁ ମତେ ମାରୁଛୁ ଦୁରାଚାରୀ
ତତେ ମାରିବ ଯିଏ ଗୋପରେ ବଢୁଛି ସିଏ
କାହିଁକି ହେଉ ଅହଂକାରୀ
ବନ୍ଦୀ ଗୃହ ଚମକିଲା ଶୁଣିଲା ଯେବେ ପାପାଚାରୀ ।
