STORYMIRROR

Sunanda Mohanty

Action Classics Thriller

4  

Sunanda Mohanty

Action Classics Thriller

କଂସ ବନ୍ଦୀ ଗୃହ

କଂସ ବନ୍ଦୀ ଗୃହ

1 min
6


ବନ୍ଦୀଗୃହେ ନିକ୍ଷେପ ହେବାକୁ 

ଦେବକୀ ଭାଗ୍ୟରେ ଥିଲା 

ବନ୍ଦୀ ଘର ଅନ୍ଧାରୀ ମୁଲକେ 

ଚମତ୍କାରୀ ଯେବେ ହେଲା 

ନିଶାରେ ବର୍ଷା ଗରଜୁ ଥିଲା 

ଶୁନ୍ୟତାରେ ନିର୍ଜନତା ବନ୍ଦୀ ହେଲା ।


ରଥରେ ବସାଇ ଭଉଣୀ ଦେବକୀ 

କଂସ ଶୁଣିଲା ଶୁନ୍ୟ ବାଣୀ 

ସ୍ୱାମୀ ବାସୁଦେବଙ୍କ ସହିତ 

କାଳକୋଠରୀ ହେଲା ଦୁଃଖିତ 

ରାଜାଙ୍କ ଭଉଣୀ ବନ୍ଦିନୀ 

ବନ୍ଦୀଗୃହରେ ରାଜନନ୍ଦିନୀ ।


ଆରତତ୍ରାଣ ଶୁଣିଲେ ଆରତ 

କହିଲେ ଦୁଃଖ କରନା ମାତ 

ଗୋଟି ଗୋଟି ସହଦୋର 

ମାରୁଛି ମାମୁଁ କଂସାସୁର 

ତା ବନ୍ଦୀ ଗୃହେ ଜନମିବି 

ବନ୍ଦୀଶାଳେ ଜନମି କଂସ ନିପାତିଵି ।


ଭୟରେ ମାତା ପିତା ଦୁଇ 

ଆତୁରେ ଭଗବାନଙ୍କୁ ଭଜଇ 

ଶ୍ରୀକୃଷ୍ଣ ହୋଇ ବନ୍ଦୀ ଗୃହେ ଜନମିବି 

କଂସର ଜୀବନ ମୁଁ ନେବି 

ଏକଥା କରିବା ଦୁରୂହ ବ୍ୟାପାର 

ବନ୍ଦୀ ଶାଳେ ପିତା ମାତା ଥର ହର ।


ଅଷ୍ଟମ ଗର୍ଭୁ ହେଲେ ପ୍ରଭୁ ଜାତ

ଆଶ୍ଵସ୍ତ କେମିତି ହେବେ ପିତା ଓ ମାତ 

ଫିଟିଲା ଗୋଡ଼ରୁ ବେଡି ଓ କବାଟ ଶିଙ୍କୁଳି 

ବାସୁଦେବ ଟୋକେଇରେ ଭରିଲେ ପୁତ୍ରମଣି 

ଯମୁନା ବହିଲା ଉଜାଣି 

କଂସ ପିତା ଉଗ୍ରସେନ ବାଟ ଛାଡିଲେ ଜାଣି ।


ଆଗରୁ ସରସ୍ବତୀ ମାତ 

ଯଶୋଦା ମାତ କୋଳେ ଜାତ 

ନିଶାରେ ବରଷାର ଦାଉ 

ସପ୍ତଫେଣୀ ନାଗ ଦେଖାଏ ତା ଭକ୍ତି ଭାଉ 

ଯଶୋଦା କୋଳେ ରଖି ପୁତ୍ର 

କନ୍ୟା ଆଣିଲେ ବାସୁଦେବ ସେତ ।


କୁଆଁ କୁଆଁ ଡାକରେ ବାଣ୍ଡିଗୃହ ତାଲା 

କଂସ ନିର୍ଦେଶ ମାତ୍ରେ ଖୋଲିଗଲା 

କନ୍ୟାକୁ ଛାଡିଦିଅ ବୋଲି ଦେବକୀ ବାଳି 

ବନ୍ଦୀ ଗୃହେ କମ୍ପନ ପ୍ରତିଧ୍ୱନିତ ହେଲା ଅଳି 

ଶୁଣିଲା ନାହିଁ କଂଶାସୁର 

ମାରିଲା ପୂର୍ବ ପରକାର ।


ବିଜୁଳି କନ୍ୟା ଅଟ୍ଟହାସ୍ୟ ବନ୍ଦୀ ଗୃହେ 

ମାଆ ଦେବକୀଙ୍କୁ ବୋଧ ଦିଏ 

ତୁ ମତେ ମାରୁଛୁ ଦୁରାଚାରୀ 

ତତେ ମାରିବ ଯିଏ ଗୋପରେ ବଢୁଛି ସିଏ 

କାହିଁକି ହେଉ ଅହଂକାରୀ 

ବନ୍ଦୀ ଗୃହ ଚମକିଲା ଶୁଣିଲା ଯେବେ ପାପାଚାରୀ ।


Rate this content
Log in

Similar oriya poem from Action