କଣ୍ଢେଇ ବାହାଘର
କଣ୍ଢେଇ ବାହାଘର
କାହିଁ ଗଲା ପିଲା ବେଳ
କଣ୍ଢେଇ ର ବାହାଘର ।
ସାଙ୍ଗ ସାଥୀ ସେ କାଳ
ମୋ କଣ୍ଢେଇ କନିଆ
ତୋ କଣ୍ଢେଇ ବର ।
ସଢେଇ ରେ ଭାତ ଡାଲି
ଭିନ୍ନ ଭିନ୍ନ ସରଞ୍ଜାମ ।
ସଭିଏଁ ମିଶି କି କରୁ
ମନ ଛୁଆଁ ମନୋରମ ।
କେତେ ମସ୍ତି ଭରା ସେ
ସାଙ୍ଗ, ସାଥୀ ସେ ଦିନ ।
କାହିଁ ଗଲା ସେ ପିଲା ବେଳ
କଣ୍ଢେଇ ର ବାହାଘର ।
ମିଛ ଖେଳ କେବେ ସତ ହୋଇଗଲା
ଜୀବନ ଚକ୍ର ଅଧା ହୋଇଗଲା ।
ପିତା ମାତା ଙ୍କୁ ପର କରି ଦେଇ
କଣ୍ଢେଇ ଯିବ କନିଆ ହୋଇ ।
ବିଧାତା ଲିଖନ କେଡେ ସେ ଅଜବ
ଜାଣି ହୁଏ ନାହିଁ ତାର ସେ ପ୍ରଭାବ ।
କ୍ଷଣକେ ଆପଣା ଦୂର କରଇ
ପର କୁ ଆପଣା ସେ କରଇ ।
ତା ଡୋରେ ବନ୍ଧା ସବୁ କଣ୍ଢେଇ
ଯେମିତି ନଚାଏ ସେମିତି ନାଚଇ ।
କାହିଁ ଗଲା ସେ ପିଲା ବେଳ
କଣ୍ଢେଇ ର ବାହାଘର ।
ଫେରିକି ପାରିବ ଆଉ
ସେ ପିଲା ବେଳ କଣ୍ଢେଇ ବୋହୂ ।
ସେ ସାଙ୍ଗ ସାଥୀ
ସେ ସ୍ନେହ ସେ ପ୍ରୀତି ।
ସମୟଚକ୍ରେ ସମସ୍ତେ ଆବଦ୍ଧ
କେହି ପାରନ୍ତିନି କରି ବିରୋଧ ।
ମିଠା ସେ ସ୍ଵପ୍ନ ସେ ପିଲା ଦିନ ସ୍ମୃତି
ସାଇତା ଧନ ନ ହେବ ତାକୁ ଭୁଲି ।
କାହିଁ ଗଲା ସେ ପିଲା ବେଳ
କଣ୍ଢେଇ ର ବାହାଘର ।
ସାଙ୍ଗ ସାଥୀ ସେ କାଳ
ମୋ କଣ୍ଢେଇ କନିଆ
ତୋ କଣ୍ଢେଇ ବର ।
