STORYMIRROR

Seetaram Dash

Fantasy

3  

Seetaram Dash

Fantasy

କଲମ

କଲମ

1 min
342

ଦୁନିଆର ଭିଡ଼ ଭିତରେ,

ଶବ୍ଦ ସବୁ ଭାସୁଥାଏ।

ମୋର ବା ସାଧ୍ୟ କାହିଁ,

କଲମଟା ଯାହା କିଛି ବାନ୍ଧି ରଖେ

କାଗଜର ଟୁକୁଡା ଭିତରେ।


କଲମକୁ ଆପଣାର କଲା ପରେ,

ଦେହ ମନ ଅଜଣା ପୁଲକରେ ପୁଲକିତ।

ଇନ୍ଦ୍ରଧନୁର ସାତରଙ୍ଗ ଖେଳିଯାଏ ଦିଗନ୍ତ ଦିଗନ୍ତ।

ଶବ୍ଦରେ ମୁଁ ରଙ୍ଗ ମାଖେ, ପଥରରେ ପ୍ରାଣ ଦେଖେ

ଆକାଶଟା ଲାଗେ ମତେ ପ୍ରିୟାର ପଣତ।


ବିନ୍ଦୁଏ ସ୍ୟାହି ଥିବା ପର୍ଯ୍ୟନ୍ତ,

କଲମଟା ବାଟ ହୁଡେ ନାହିଁ।

ଚାଲୁଥାଏ ସେ ଅବିରତ, ଅବିଶ୍ରାନ୍ତ

ହୁଏ ନାହିଁ କେବେ କ୍ଳାନ୍ତ, ସେ ପରା ନେପଥ୍ୟ ନାୟକ।

ଭାବନାର ତାଳେ ତାଳେ ଲେଖି ଚାଲେ ପରସ୍ତ ପରସ୍ତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy