କଲମ ମୁନରେ ମୋ ଭାବ ସଂଳାପ
କଲମ ମୁନରେ ମୋ ଭାବ ସଂଳାପ
କଲମ ମୁନରେ ମୋ ଭାବ ସଂଳାପ
ଯେତେ ଯେତେ କ୍ଲେଶ ର କରେ ଆଳାପ ।
କେ ବୁଝୁ ନବୁଝୁ ମନର ମୋ ବ୍ୟଥା
କଲମ ରେ ଥାଏ ଅବ୍ୟକ୍ତ ସେ କଥା ।
ଅତୀତେ ବିତିତ ଅସହ୍ୟ ପ୍ରବାହ
ବର୍ଣ୍ଣନା ରେ ଥାଏ ବିଷୟ ନିର୍ବାହ ।
ସ୍ୱଳ୍ପ ସ୍ୱଳ୍ପ କରି ବଖାଣି ସେ ଦିଏ
ହୃଦୟ ରୁ ଦୁଃଖ ଦୁରେଇ ସେ ନିଏ ।
ଆଦାନ ପ୍ରଦାନ ମୋ ସୁଖ ଦୁଃଖର
କାଗଜ କଲମ ମୋ ସାଥୀ ଯୁଗର ।
ବର୍ତ୍ତମାନ ର ସ୍ଥିତି ସାଉଁଟି ବଖାଣେ
କେତେ କେତେ ଭାବ ସେ ରଚେ ନିଖୁଣେ ।
ଆଶା ଆକାଂକ୍ଷାର ଗଭୀରତା ଭାରି
ଗାମ୍ଭୀର୍ଯ୍ୟ ଭାବକୁ ପ୍ରକାଶ ସେ କରି ।
କବିର କବିତା ପାଠକ ଅନେକ
ଭେଦି ଯେ ପାରିଲା କବିତ୍ଵ ଶୀର୍ଷକ ।
ଅବୁଝା ନୋହିବ ସେ କଥା ମର୍ମର
ମର୍ମକୁ ଭେଦିବ ସେ ବାର୍ତ୍ତା ଗଭୀର ।
ପୂର୍ଣ୍ଣ ପୂର୍ଣ୍ଣ ଭାବ ସହ ଲୋତକ ଧାର
ପୁଣି ଲେଖେ ମୁହିଁ ସେ ଖୁସି ଅସାର ।
ଲୁକାୟିତ ଲୁହ ନୟନେ ନୀରବ
ଆସି ପୁଣି ବହେ ସେ ଭେଦି ସରବ ।
ଯାହା ଭାବେ ମୁଁ ନିର୍ଜନତା କୁ ନେଇ
କାଗଜ କଲମେ ମୁଁ ସ୍ଥାନ ଦିଅଇ ।
ଗାଢ଼ ପ୍ରଶ୍ୱାସ କୁ ମୁଁ ନେଇ ସ୍ପନ୍ଦନେ
ଦୀର୍ଘନିଃଶ୍ବାସ କୁ ମୁଁ ଛାଡେ ସଦନେ ।
ଭାବର ଧାରା ସ୍ରୋତେ ଭବ୍ୟ ଭାବନା
ଲେଖେ ମୁଁ ନିଜକୁ ଦେଇ ଆଶ୍ୱାସନା ।