କଳା ବଉଦ
କଳା ବଉଦ
ଦୂର ଦିଗ୍ ବଳୟୁ
କଳାହାଣ୍ଡିଆ ମେଘ
ପକ୍ଷୀସମ ନଭେ ଉଠି ,
ଅପୂର୍ବ ସୌନ୍ଦର୍ଯ୍ୟେ
ପୃଥିବୀ କୁ ସାଜେ
ସାରା ଆକାଶ କୁ ଘୋଟି ।
ପର୍ବତ ଶିଖରୁ
ନାଗଡ଼ା ଗର୍ଜନ
ଶୁଭେ ଶୁଭ ମେଘନାଦେ ।
ବରଷାରାଣୀର
ସ୍ବାଗତ ପର୍ବରେ
କଳାମେଘ ନାଚେ ଆନନ୍ଦେ ।
ଚଗଲା ମନଟା ଆଜି
ଚଳଚଞ୍ଚଳ
କଳା ବଉଦ କୁ ଦେଖି ।
ଆଣିଅଛି ସିଏ
ଗୋପନ ବାରତା
ଗୋପନରେ ମନଲାଖି ।
କଳା ବାଦଲ
ସାଥେ ଉ
ଡିବାକୁ
ଏଇ ମୋର ମନପକ୍ଷୀ ,
ମାଟିରୁ ଆକାଶ
ଦୂରତା କୁ ମାପେ
ସାରା ଦିଗନ୍ତେ ପୁରାଇ ଆଖି ।
ମୟୂର ସହର୍ଷେ
ଉତ୍ସବମୁଖର
କଳାହାଣ୍ଡିଆ କୁ ଦେଖି ,
ଚାତକ ର ତୃଷ୍ଣା
ମେଣ୍ଟିବାକୁ ଆଉ
ଅଳପ ଅପେକ୍ଷା ବାକି ।
ମେଘ ଲଫାଫାରେ
ପହିଲି ବର୍ଷା ର
ଚିଠିଟି ସାଇତି ରଖି ,
କୁଶଳ ବାରତା
ପଚାରିଥିବ ମୋ
ପରଦେଶୀ ପ୍ରାଣସଖୀ ।