Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mahendra Kumar Pradhan

Romance Fantasy

4.5  

Mahendra Kumar Pradhan

Romance Fantasy

ଏଇ ଶୀତରେ ଗୋ ମିତ

ଏଇ ଶୀତରେ ଗୋ ମିତ

1 min
256


ଏଇ ଶୀତରେ ଗୋ ମିତ

 ଦୂର ଦିଗନ୍ତେ ଯେବେ ଦେଖେ 

ରବି ଆଉ ଉର୍ବି 

ଉଷ୍ମ ଆଲିଙ୍ଗନରେ ରତ 

ମୋ ଅନ୍ତରେ ବି କାମନା ଜନମେ 

ମଧୁର ଆଲିଙ୍ଗନ ଲାଗି ଅବିରତ ।

ଦୁବ ଘାସପରେ ଏକାକାର ଦେଖେ

ଟୋପା ଟୋପା କାକର 

ସେପଟେ ପାଚିଲା ଧାନ ଖେତ  

କୃଷକ ଘରଣୀ ବାଢ଼ି ପଖାଳ 

କରେ ପବନ କାଢି ପଣତ 

ଦେଖି ମନ ଝୁରେ 

ସେ ଯୁଗଳ ପ୍ରେମ 

ଏଇ ଶୀତରେ ଗୋ ମିତ ।

ଯେତେ ଛୋଟ ଏଇ ଦିନ

ସେତେ ଲମ୍ବା ଏଇ ଶୀତରାତି

ଶାଲ କମ୍ବଳ ରେ ବଢୁଛି ପୀରତି 

ଏପଟେ ସ୍ମୃତିପଥେ ..........

ତୁମ ଆଗମନ 

ମଧୁର ମିଳନ 

ଉଷ୍ମ ଆଲିଙ୍ଗନ 

ଆଉ ମୃଦୁ ଚୁମ୍ବନ ର ଭାବନା ମାତ୍ରକେ 

ଶୀତ ଉଡିଯାଏ କାହିଁ କେତେ ଦୂର

ଏଇ ଶୀତରେ ଗୋ ମିତ ।


 



Rate this content
Log in

Similar oriya poem from Romance