କଲେଜ୍ ଲଭ୍ (ପହେଲା ପ୍ୟାର୍)
କଲେଜ୍ ଲଭ୍ (ପହେଲା ପ୍ୟାର୍)
କଲେଜ କେ ଗଲି ପାଠ୍ ପଢି
ନଲେଜ ବଢାମି କହି,
ପହେଲା ଦେଖାଥି ଫସି ଗଲି ତାର୍
ଦିଶୁଥିଲା ସୁନ୍ଦିରୀ କଇଁ ।
ପାଠ୍ ସାଠ୍ ଭୁଲି ତାର୍ ପଛେ ଧାଏଲି
ନିଜକୁ ନିଜେ ଭୁଲି,
ମୁଲକି ହସି ପାଗଲ କରିଦେଲା
ଗେଲେଇ ଚିକିନିକାଲି ।
ଯେନ୍ ଠାନେ ଦେଖେଲେ ତାର୍ ଚେହେରା
ଝୁମୁରା ଥି ଆଉଛେ ରାତି,
ଚମକି କରି ଉଠି ପଡୁଛେ ଖଟୁ
ଚଲ୍ କରୁଛେ ଛାତି ।
ମନର୍ କଥା କେନ୍ତା କହେମି ତାହାକେ
ଭଲ୍ ପାଉଛେ କି ନାଇଁ ମତେ,
ମନା କରିଦେଲେ ବହୁତ୍ ବାଧ୍'ବା
ଦୁଃଖ୍ ଲାଗବା କେତେ ।
ଦମ୍ ପୁରେଇ କରି କହେମି ଭାବୁଛେ ଆଜି
ଯାହା ହେଲେ ଦେଖାଯିବା,
କେତେଦିନ୍ ଲୁକାମି ତାହାକେ ମୋର୍ ପ୍ୟାର୍
ମନା କଲେ ମନା କରିଦେବା ।
ବହୁତ୍ ଦିନ୍ ଦେଖା,ଚାହାଁ ଠରା,ନରା ପରେ
ଭଲ୍ ପାଉଛେ କହେଲି,
ତମର୍ ଇଚ୍ଛା ଭଲ୍ ପାଏଲ୍ ପାଏବ କହି
ତାର୍ ମୁହୁକେ ଚାହେଲି ।
ମୁଲକି ହସି ମାରି ସେଠାନୁ ସେ ପଲାଲା
ଭଲ୍ ପାଏବାର୍ ଇସାରା ଦେଲା,
ଦରଦ୍ ଦିଲ୍ ଥି ମୋର୍ ମଲମ୍ ଭରି ଦେଇ
କଲେଜ୍ ଲଭ୍ ଆରମ୍ ହେଲା ।

