Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Trushna Das

Tragedy Inspirational

3  

Trushna Das

Tragedy Inspirational

କିଏ କାହାର ବା ଏଠି

କିଏ କାହାର ବା ଏଠି

1 min
182


କିଏ କାହାର ବା ଏଠି

   ସବୁ କୁହନ୍ତି ନିଜର ବୋଲି 

ହେଲେ ତାଙ୍କର ଅବଶ୍ୟକ ଅଛି ଜାଣି 

   ସବୁ ଯାଆନ୍ତି ଦୂରେଇ।। 


କିଏ କାହାର ବା ଏଠି 

   ଜୀବନର ପ୍ରତିଟି ଲଢେଇ

ଲଢିବାକୁ ହୋଇ ଏକା ଏଠି

   ସମସ୍ତଙ୍କ ଆଗରେ ହସି ହସି

ଆଖିର ଲୁହକୁ ପିଇବାକୁ

ହୋଇ ଥାଏଲୁଚେଇ ଲୁଚେଇ 

   ନିରବରେ ଏକା ବସି କାନ୍ଦି କାନ୍ଦି।। 


ମନ ଆଉ ଭରସା ତ ଉଡନ୍ତା ଚଢେଇ 

   କେତେବେଳେ ବଦଳି ଯିବ କେଉଁଠି 

କହି ହେବ ନାହିଁ 

   ସବୁ ତ ନିଜ ସ୍ୱାର୍ଥରେ ବନ୍ଧା ଏଠି।। 


କିଏ କାହାର ବା ଏଠି 

   ଯିଏ କୁହେ ନିଜର ବୋଲି 

ସିଏ ହିଁ ଧକା ଦେଇ 

   ଦୁଃଖ ଦିଏ ବେଶୀ।। 


କିଏ କାହାର ବା ଏଠି 

   ଯେଉଁଠି ନିଜର ଛାଇ

ହୁଅଇ ପର

   ପାଇଲେ ଅନ୍ଧକାର।। 


ନିଜ ସ୍ୱାର୍ଥରେ ଆସିଲେ ବାଧା

   ସବୁ କରି ବାହାନା

ତୁମକୁ ଦୋଷ ଦେଇ

   ଯିବେ ବହୁ ଦୂର ଦୁରେଇ।।


କିଏ କାହାର ବା ଏଠି 

   ଲୋକମାନେ ତ କୁହନ୍ତି କଥା ବେଶୀ ବେଶୀ 

କାମରେ ନୁହଁନ୍ତି କେହି

   ସମୟ ଆସିଲେ ଜଣା ପଡନ୍ତି ନିଜର ନା ପର ବୋଲି।। 


କିଏ କାହାର ବା ଏଠି 

   ସବୁ ଏଠି ପରର ଚର୍ଚ୍ଚା କରନ୍ତି ବେଶୀ

ସମସ୍ତଙ୍କ କଥା ସବୁ ଶୁଣି 

   ହୃଦୟରେ ଖେଳି ଯାଏ ଝଡର ଲହରୀ।।


କିଏ କାହାର ବା ଏଠି 

   ଜାଣି ମଧ୍ୟ ସବୁ ପରିସ୍ଥିତି

ପ୍ରଶ୍ନ କରନ୍ତି କଣ ହୋଇଛି ବୋଲି 

   ପିଠି ପଛ ପଟେ ପରିହାସ କରି ହୁଅନ୍ତି ବହୁତ ଖୁସି।। 


କିଏ ଅବା କାହାର ଏଠି

   ବଝିବ ସେଇ ଦୁଃଖ କେମିତି 

ଯିଏ ଅଙ୍ଗେ ନିଭାଇଛି

   ସିଏ ହିଁ ତ ଏକା ଅନୁଭବୀ।।


Rate this content
Log in

Similar oriya poem from Tragedy