STORYMIRROR

Priyadarsini Das.

Tragedy

3  

Priyadarsini Das.

Tragedy

ଛନ୍ଦହୀନ ଜୀବନ

ଛନ୍ଦହୀନ ଜୀବନ

1 min
259


କିଏ ଜାଣେ କେତେ ଦିନ ଏ ଜୀବନ ..?

କିଏ ଜାଣେ .....

କେତେ ଦିନ ଏ ଯଉବନ ...?

ଗର୍ବ କାହା ପାଇଁ ...?

ଅହଙ୍କାର କାହାକୁ ନେଇ ..?

କଣ ଅଛି ଆମର ନିଜର ..?

ସବୁ ତ ସେଇ ଉପର ବାଲାର ........।



ବାଲ୍ୟ କାଳ ଯାଇଛି ..,

ପୁଣି ଚାଲିଯିବ ଏ ଯଉବନ ....


ପାଦ ଥାପି ବ ବୃଦ୍ଧା କାଳ .......


ଶିଶୁ ଟିଏ ପରି 

ଛନ୍ଦହୀନ ହେବ ସେ ଜୀବନ ...।


ସାଥେ ଥିବ ଖାଲି ,

ଜୀବନ ର କିଛି ଅନୁଭୂତି ,

ଆଖି ତଳେ ଥିବ ମେଞ୍ଚେ ଦାଗ ....,

ଓଠରେ ପଡ଼ିଥିବ କେତେ ଗାର .....।

ଗାଲ ଆଉ ନଥିବ ଗୋଲାପି 

କି ଆଖିରେ ନଥିବ ଆଉ ଚମକ ...।

ଦୁଇ ଆଖି ଆଉ ସମର୍ଥ ନଥିବ 

ଦେଖିବାକୁ ଜଗତ ....।

ଆଗରେ ସବୁବେଳେ ଥିବ କାଚର ଆଉ ଦୁଇଟି ଆଖି ...।

ଏକାକୀ ଥିଲେ

ଖାଲି ଅତୀତ ସବୁ ତା ପୃଷ୍ଠାକୁ

 ଲେଉଟାଉ ଥିବ ...।

ବଙ୍କୁଲି ବାଡି ଥିବ ସେ ଦର ଭଙ୍ଗା ଅଣ୍ଟାକୁ ସାହାରା ....।

ବୋଧହୁଏ ସେଇପାଇଁ ସେ ଜୀବନ ହେବ

ଆମ ଛନ୍ଦହୀନ ଜୀବନ ....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy