STORYMIRROR

Manaswini Dash

Tragedy

3  

Manaswini Dash

Tragedy

ଭଦ୍ରମୁଖା

ଭଦ୍ରମୁଖା

1 min
159

କେତେବେଳେ କେଜାଣି ଏ ସଂସାର ବଦଳିଗଲା 

ସବୁଆଡେ ନୂତନ ରଙ୍ଗର ଛିଟା 

ସବୁଆଡେ ପରିବର୍ତ୍ତନର ବିପ୍ଳବ 

ସମସ୍ତେ ସ୍ୱାର୍ଥପରତାର ଚାଦର ତଳେ ଲୁଚି ରହିଥିବା ଜଣେ ଜଣେ ଅଚିହ୍ନା ମଣିଷ 

ଅଜାଣତରେ ନିଅନ୍ତ୍ରଣର କୂଳ ଲଙ୍ଘି ମାଡି ଆସିଲେ ଅନେକ ଅଜଣା ସମ୍ପର୍କ 

ଲୋଟି ନେଲେ ସମସ୍ତ ପ୍ରତେୟର ନଭଶ୍ଚୁମ୍ବୀ ହିମାଳୟକୁ 

ମୋ ନୀରବତାର ବ୍ୟାପ୍ତ ଦରିଆ ଆଜି ଶୁଷ୍କ ସାହାରା କେଵେଳ ବିଶ୍ୱାସଘାତକତାର ଚାବୁକ ପ୍ରହାର ସହି ସହି 

ସମସ୍ତ କୋମଳତା ଆଜି ନିଶ୍ଚିହ୍ନ ଜଟିଳତାର ସ୍ପର୍ଶ ପାଇ ପାଇ 

ଯେତେବେଳେ ତେଜିଲା ମୋର କଠୋରତାର ଅଗ୍ନି 

ସେତେବେଳେ ଉନ୍ମୋଚନ କଲି ଯେ ସମସ୍ତେ ଭଦ୍ରମୁଖା ତଳେ ଗୋଟେ ଗୋଟେ ଛଳନାଧାରୀ ମଣିଷ 

ଯେଉଁମାନେ ଭୂତାଣୁ ପରି ଶୋଷି ଚାଲିଥିଲେ ମୋର ପ୍ରତି ରକ୍ତ ବୁନ୍ଦାକୁ 

ଆଜି ସ୍ୱଇଚ୍ଛାରେ ପକେଇଦେଇଛି ପୂର୍ଣ୍ଣଛେଦ ସବୁ ମିଛ ସମ୍ପର୍କର 

ନିଶ୍ୱାସ ମାରୁଛି ସ୍ୱାଧୀନ ହୋଇ ସବୁ କଳଙ୍କିତ ସାମ୍ରାଜ୍ୟରୁ ମୁକ୍ତି ପାଇ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy