STORYMIRROR

Surjyakanta Dash

Romance Tragedy Others

3  

Surjyakanta Dash

Romance Tragedy Others

ସର୍ତ୍ତ

ସର୍ତ୍ତ

1 min
183


ଆସିଛି ବସନ୍ତ ମିଳନର ୠତୁ

ସର୍ତ୍ତ ଥିଲା ତୁମେ ଆସିବାର,

ହେଲେ ତୁମର ପ୍ରିୟ ଦେଖା ନାହିଁ

କି ଦୋଷ କରିଛି ତୁମର ।୧।

ବେଳେ ବେଳେ ଆସି ବରଷୁଛି ବର୍ଷା

ଭିଜାଉଛି ତନୁ ମନ,

ପ୍ରଣୟି ମନଟା ମୋ ହନ୍ତ ସନ୍ତ ହୁଏ

ଭାବେ ହୁଅନ୍ତା କି ତୁମ ମିଳନ ।୨।

ବିରହର ନିଆଁ ଜଳାଇଛ ତୁମେ

ବସନ୍ତର ଫୁଲେ ଫୁଲେ,

ଏମିତି କେମିତି ତୁମେ ବେଦରଦି

କି ସର୍ତ୍ତରେ ମୋତେ ବାନ୍ଧି ଦେଲ ।୩।

ନିସର୍ତ୍ତ ପ୍ରେମରେ ବିଶ୍ବାସ ରଖି ମୁଁ

ରହିଛି ତୁମ ବାଟ ଚାହିଁ ,

ବିଶ୍ୱାସରେ ରେ ବିଷ ଦେବ ନାହିଁ ବୋଲି

ସର୍ତ୍ତ ରଖି ଅଛି ମୁହିଁ ।୪।

ସର୍ତ୍ତ ଥିଲା ଆମ ଦୁହିଁଙ୍କ ଜୀବନ

ସାତ ଜନ୍ମ ପାଇଁ ହେବ ବନ୍ଧା,

କିଛି ତୁମର ଆଉ କିଛି ମୋର ଭାବି

ସବୁ କିଛି ନିଜର କରିଦେବା ।୫।

ସୁଖ ଦୁଃଖ ସବୁ ବାଣ୍ଟି ନେବା ଆମେ

ଏହି ସଂସାର ଜଞ୍ଜାଳରେ,

ପ୍ରେମ ବନ୍ଧନରେ ବାନ୍ଧି ହୋଇଯିବା

ସାତ ସାତ ଜନ୍ମରେ ।୬।

ନିସର୍ତ୍ତ ପ୍ରେମରେ ଯୋଡ଼ି ହୋଇ ଗଲେ

ପ୍ରଣୟର ବୁନ୍ଦା ବର୍ଷିବ,

ସେ ବରଷାରେ ଆମେ ବସି ଭିଜୁଥିବା

ଦେଖିଲେ ବର୍ଷାବି ଲାଜେଇବ ।୭।

ହେଲେ ତୁମ ବିରହରେ ବସି ମୁଁ ଭାବୁଛି

ସର୍ତ୍ତ ବୋଧେ ତୁମେ ଭୁଲିଗଲ,

ନା ବସନ୍ତର ଦୋଷ, ନା ମଳୟର ଦୋଷ

ଫଗୁଣ ଫୁଲ କି ଦୁଷ୍ଟାମି କଲା ।୮।

     


Rate this content
Log in

Similar oriya poem from Romance