STORYMIRROR

କଳ୍ପନା ରାୟ

Tragedy Inspirational

3  

କଳ୍ପନା ରାୟ

Tragedy Inspirational

ଛନ୍ଦହୀନ ଜୀବନ

ଛନ୍ଦହୀନ ଜୀବନ

1 min
243


ଯନ୍ତ୍ରଣା, ଜୀବନର ଏକ ଅଙ୍ଗ ସଦୃଶ

କେତେବେଳେ କାହାର ଅତ୍ୟାଚାର

ସେ ସମୟ ହିଁ କହିବେ

କିଏ ମନେ ରଖିବ ସେ କଷ୍ଟର ଦିନକୁ

କେବେ କଂସ କେବେ ରାବଣ ବେଶରେ

ଜୀବନକୁ ତିଳ ତିଳ କରି ଖାଏ


ପରମ୍ପରା, ସଭ୍ୟତା, ସଂସ୍କୃତି 

ଗଲାଣି ଚୁଲିକି

ନାରୀ ଥିଲା ସେ ଯୁଗରେ ନାରାୟଣୀ

ପାଉଥିଲା ପୂଜା, ଘରୁ ଓ ବାହାରୁ

ଏବେ ଖାଲି ଖାଏ ମାଡ଼ ଗାଳି

ଅପମାନ ଭୟରେ ଚୁପି ଚୁପି ସହେ

ଅତ୍ୟାଚାର, ଦୁଷ୍କର୍ମ, ନିର୍ଯ୍ୟାତନାରେ ।


ପାଠ ପଢି ଯୁଵକ ଆଜି ବି ବେକାର

ଖଟନ୍ତି ଦାଦନ 

ଲକ୍ଷ୍ୟ ତାଙ୍କର କରିଵେ ଚାକିରୀ

ପୁଅଝିଅ ଭେଦ ପୁଣି ବଢେ ଦିନକୁଦିନ

ଭୃଣହତ୍ୟାଠାରୁ ଯୋତୁକ ନିର୍ଯ୍ୟାତନା

ସବୁ ଜିନିଷ ପୁଣି, ଆସମୀଚିନ

ପଙ୍ଗୁ ଏବେ ଶାସନ ବ୍ୟବସ୍ଥା

ବାପାମାଆ ରହନ୍ତି ଵୃଦ୍ଧାଶ୍ରମରେ ।


ନେତା ମନ୍ତ୍ରୀଙ୍କ କଥା ଧୂଆଁ ବାଣ

ଭୋଟ ବେଳେ କହନ୍ତି ଟାଣ

ତା'ପରେ କାଶିଆ କପିଳା ନୀତି

ସତଵାକ୍ୟର‌ ହୁଏ ଟାହିଟାପରା

ପିଲାକୁ ସ୍କୁଲ ନ ପଠାଇ ମାଆ

ଇଟାଭାଟି କୁ ନିଏ

ଶୈଶବର‌ ପିଲାଳିଆମି ଚୋରି ହୁଏ ରେ ।


ଆଧୁନିକତାର ସ୍ପର୍ଶରେ କନ୍ୟା

ପୋଷାକ‌ଟି ଅର୍ଦ୍ଧ ନଗ୍ନ ଖୋଳପା

କହିଲେ ହୁଅନ୍ତି ଖପା

ଫଳରେ ବ୍ୟଭିଚାର ବଢେ

ନର ଦେହ ପିପାସୁ ପାଲଟେ

ସଂସାରଟା ଵେସୁରା ବେସୁରା ଲାଗେ

ଜଞ୍ଜାଳ ଆସି ବାରମ୍ବାର ତଥା ପିଟେ

ଛନ୍ଦହୀନ ଜୀବନ ଅସ୍ତବ୍ୟସ୍ତ କରେରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from କଳ୍ପନା ରାୟ

Similar oriya poem from Tragedy