STORYMIRROR

pranati Mahapatra

Tragedy

3  

pranati Mahapatra

Tragedy

ବଦଳିଯାଏ ପରିଭାଷା

ବଦଳିଯାଏ ପରିଭାଷା

1 min
147


କାଲି ବି ଥିଲେ, ଆଉ ଆଜି ବି

ହେଲେ ପରିଚୟ, ସମ୍ପର୍କ, ସମ୍ବୋଧନ ଭଳି

ଶବ୍ଦରେ ବଦଳିଯାଏ ସବୁକିଛି।

ଅଜଣା ଅଚିହ୍ନା ମଣିଷରୁ ହୋଇଥାନ୍ତି

ଅତି ପରିଚିତ ମଣିଷ।


ସ୍ନେହ ଶ୍ରଦ୍ଧା ଓ ଭଲପାଇବା ଆଣି ଦେଇଥାଏ

ଅଚିହ୍ନା ପାଖରେ ଅତି ପରିଚିତ ଆତ୍ମୀୟତାର

ମମତା ବୋଳା, ମଧୁର ମଧୁସମ୍ପର୍କ।

ନିଃସ୍ଵାର୍ଥପରତାର ସମ୍ପର୍କରେ

ଅଚିହ୍ନା ମଣିଷ ହୋଇଯାଏ

ଜନ୍ମଜନ୍ମାନ୍ତର ପାଇଁ ଚିହ୍ନା।


ଜନ୍ମରୁ ମରଣ ଯାଏ

ଏନ୍ତୁଡିରୁ ଜୁଇ ଯାଏ

ଘରୁ ବାହାର ଯାଏ

ଗୃହାଳୟରୁ କାର୍ଯ୍ୟାଳୟ ଯାଏ

ବାଟେ ଘାଟେ

ସବୁଠାରେ।

କେହି ନା କେହି ଅପରିଚିତ

ଅଚିହ୍ନା ମଣିଷ

ହୋଇଯାଆନ୍ତି ଚିହ୍ନା ମଣିଷ।

କାଲି ସବୁ ଅଚିହ୍ନା ଥିଲେ

ଆଉ ଆଜି ବି।

ମନର, ହୃଦୟର, ବିବେକର 

ଅନୁମୋଦନ କ୍ରମେ

ବଦଳିଯାଏ ପରିଭାଷା।





Rate this content
Log in

Similar oriya poem from Tragedy