STORYMIRROR

MADHU MITA

Tragedy

3  

MADHU MITA

Tragedy

କଷ୍ଟ

କଷ୍ଟ

1 min
257

କାଲି..ଆଜି.. କାଲି


କଷ୍ଟ ହେଉଛି..!!

ଯେତେବେଳେ..

ଅତୀତଟା ମନେ ପଡୁଛି..!!

ସେ ମୁକ୍ତ ବିହଂଗସମ ଦିନସବୁ..!!

ସେ ନିଜର ନିଜର ଲାଗୁଥିବା ସ୍ମୃତି ସବୁ..!!

ସତରେ..ସେ ମିଠା ଖଟା ମୁହୂର୍ତ୍ତ ସବୁ..!!

ସେଇ ସୁନ୍ଦର ସମୟ..ସେ ଅନୁଭବ ସବୁ..!!

କଣ କେଉଁଠି ହଜି ଯାଇଛି..!!??


କଷ୍ଟ ହେଉଛି..!!

ଯେତେବେଳେ..

ଭବିଷ୍ୟ କଥା ଭାବୁଛି…!!

ଆସନ୍ତା କ୍ଷଣରେ..!!

କଣ ଲେଖା ଅଛି ଭାଗ୍ୟରେ..!!

ସେକଥା କିଏ କଣ କେବେ ଜାଣିଛି??

ନା ଅଦେଖା ସେହି ଲେଖା ସବୁ..!!

କିଏ କେବେ କିଛି ପଢି ପାରୁଛି..!!??


କଷ୍ଟ ହେଉଛି..

ଏଇ ବର୍ତ୍ତମାନ ପାଇଁ ..!!

ଯାହାକୁ ବଞ୍ଚିବାକୁ ହେଉଛି..??

ବୋଧେ କିଛି ହଜିଯାଇଥିବା ..!!

ସେ ଅତି ଆପଣାର କାଲି..!!

ଆଉ ଅନାଗତ ଅଦୃଶ୍ୟ ଏକ କାଲି..!!

ସହିତ ଅନାୟାସରେ ଏକାକାର ହେବାରୁ..

କଣ ଏ ଆଜିଟା ଭାରି ଅଣ ନିଃଶ୍ୱାସୀ ଲାଗୁଛି..!!??


କଷ୍ଟ ହେଉଛି..

କିନ୍ତୁ କାନ୍ଦି ହେଉନି..!!

ହସିବାକୁ ପଡୁଛି..!!

ହସିବାକୁ ହେଉଛି..!!

କିନ୍ତୁ ଖୁସି କାହିଁ..??

ଖୋଜିବାକୁ ହେଉଛି..!!

ଆଉ ଏଇ ହସ ଲୁହର ଲୁଚକାଳି ଭିତରେ..

ଜୀବନ ସତରେ ବଞ୍ଚିବା କଣ ସେକଥା ଭୁଲି ଯାଇଛି..!!??



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy