STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Tragedy

3  

ନାୟକ ଅକ୍ଷୟ ରାଜହସ୍ତୀ

Tragedy

ଚାଖଣ୍ଡେ ପେଟ

ଚାଖଣ୍ଡେ ପେଟ

1 min
167

ଆସ ବନ୍ଧୁ ଆସ..

ଦେଖୁବାକୁ ଯିବା

 ଚାଖଣ୍ଡେ ପେଟର ଚବିଶି ଘଣ୍ଟିଆ ସର୍କସ,

ଗୁଣ୍ଡେ କି ଦି ଗୁଣ୍ଡା ଭାତ, କଞ୍ଚା ଲଙ୍କା ପଚା ପିଆଜ ଟିପେ ଲୁଣର ଗଦ୍ୟ ଅଂଶ l

ଅଭିଆଡି ଝିଅ, ଭୁଆସୁଣି ବୋହୁ ଵି ଗୋଟାଏ ଖେଳର କଳାକାର

ଘିରି ଘିରି ଚକା ଭଉଁରି ଖେଳି ଦେଖlନ୍ତି ଦେହ ସମାସ,

ଯଦି କେବେ ମନେ ପଡ଼େ

 ସାତ ପୁରୁଷ ଭିଟାମାଟିର ଭୂରୁ ଭୂରୁ ବାସ

ଆଖି ଆଗେ ନାଚି ଉଠେ ବର୍ଷେ କି ଦି ବର୍ଷିଆ ନାଗଫାଶ,

ମୁକୁଳିବା ଭାରି କଷ୍ଟ

ଭୁଲାଏ ତିରନ୍ତିଆ ଭୋକ ତୁହା କୁ ତୁହା ଶୋଷ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy