STORYMIRROR

Rajakishore Mundi

Romance Tragedy

3  

Rajakishore Mundi

Romance Tragedy

ଅନୁତାପ ବହ୍ନି

ଅନୁତାପ ବହ୍ନି

1 min
232

ଷୋଡ଼ଶ ବସନ୍ତ    ଥିଲା ମାେ ଜୀବନେ

     ସ୍ବପ୍ନ ସାତରଙ୍ଗ ମେଲି

ଭାବ ପ୍ରବଣରେ    ତୁମ ପାଇଁ ମୁଁ

    ଅଭିସାରୀ ସାଜି ଥିଲି!!୧!!

ନାଲିଓଠ ଧାରେ    ଚୁମ୍ବନ ସ୍ପର୍ଶରେ

   ତନୁ ମନ ମୋହି ଥିଲ

କାହିକି କେଜାଣି     ତୁମରି ଛୁଆଁରେ

     ନିଜକୁ ହଜେଇ ଦେଲି !!୨!!

ରଙ୍ଗତୁଳି ଧରି     କେତେ ମାେ ଆଙ୍କିଛ

      ସୁଶୋଭିତ ପ୍ରତିଛବି

ସବୁ ରଙ୍ଗଦେଇ     ଜୀବନକୁ ମୋର

     ରଙ୍ଗେଇଲ ପ୍ରେମୀ ଭାବି!!୩!!

କଥା ଦେଇ ଥିଲ     ସାଥିହୋଇ ଯିବା

      ଛାଡ଼ି ବନି କେବେ ହାତ

ବରବେଶ ସାଜି     ଅନ୍ୟ ହାତ ଧରି

    କଲ ମୋତେ ପ୍ରତାରିତ !!୪!!

ସବୁ କଥା କେବେ    କହି ହୁଏ ନାହିଁ

       କିଛି ରହି ଯାଏ ବାକି

କିଛି ସ୍ମୃତି ପୁଣି      ଭୁଲି ହୁଏ ନାହିଁ

       ମନେ ହୋଇ ଯାଏ ଆଙ୍କି !!୫!!

ସମୟ କାହାକୁ    ଅପେକ୍ଷା କରେନା

    ନିଜ ବାଟେ ଯାଏ ଚାଲି

ଦରଦୀ ବନ୍ଧୁର      ଅଭିନୟ ଟିକୁ

    ବୁଝି ମୁଁ ନ ପାରି ମଲି !!୬!!

ଅତୀତକୁ ଭାବି     ଘୂରେ ମୋର ମଥା

    ମନେ ପଡେ ସବୁ ସ୍ମୃତି

ତିଳ ତିଳ କରି      ହୃଦୟେ ମୋହର

    କଣ୍ଟା ପରି ଫୁଟେ ଛାତି !!୭!!

ଜୀବନ ଯମୁନା       ଊଜାଣି ବହୁଛି

    ଦୁଃଖ କରି ନାହିଁ ଜମା

ଅନୁତାପ ବହ୍ନି      ହୃଦୟେ ଜଳୁଛି

     ପଶୋରିଛି ସୁଖ ସୀମା!!୮!!

ଲିଭି ଗଲା ମୋର।    ଆଶାର ପ୍ରଦୀପ

     ବହି ଅଦିନିଆ ଝଡ଼

ଦୁଃଖସୁଖ ନେଇ       ଜୀବନେ ରହିବି

    ଭାବିଛି ଭାଗ୍ୟ ମାେ ବଡ଼ !!୯!!

 ଜୀବନ ଯୁଦ୍ଧରେ     ହାରି ମୁଁ ଯିବିନି

      କିମ୍ବଦନ୍ତୀ ସୃଷ୍ଟି କରି

ମୋତେ ଦେଖି କେତେ  ଅବଳା ଦୂର୍ବଳା

      ରହିବେ ସାହସ ଧରି !!୧୦!!

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance