STORYMIRROR

Krushnapriya Mohapatra

Romance Tragedy Classics

3  

Krushnapriya Mohapatra

Romance Tragedy Classics

ବିରହିଣୀ କଇଁ

ବିରହିଣୀ କଇଁ

1 min
320

ଭସା ବାଦଲ ର ଉହାଡ଼େ ଜହ୍ନର

ଛାଇ ଆଲୁଅର ଖେଳ।

ସାଥୀକୁ ନ ପାଇ ନୀଳ କଇଁ ଝୁରେ

ଅବୁଝା ଜୀବନ ତାର

ଜିଇଁବାର ଆଶା ମଉଳି ଯାଉଛି

ଦେଖି ଏ ଅଝଟବେଳା

ମନ ଆକାଶରେ ଉଠେ କେତେ ଝଡ଼

ପ୍ରୀତି ପ୍ରଲେପରେ ବୋଳା

ଫଗୁଣ ସଞ୍ଜର ମହକ ହଜିଛି

ବାସୁନି ବଉଳ ଡାଳେ।

କୋଇଲି ଗାଉନି ପଞ୍ଚମ ତାନରେ

ମହୁଲ ଝରେନା ଗେଲେ।

ଦୂର ବିଧୁବନେ ଝୁରେ ମନପକ୍ଷୀ

ହଜେ ହୃଦୟର ସୁର

ନୁପୁର ନିକ୍ୱନେ ନଈପଠା ବାଲି

ରାଗ ତୋଳେ ବିରହର

ଆସେ ରାତି ଘନ ଘୋଟି ମାୟାଜାଲ

ନିଦକୁ ନିଏ ଉଡାଇ

ଲୁହ ନଈ କୂଳେ ବସି ବିତେ ରାତି

ପ୍ରୀତିଫୁଲ କୁ ଝଡାଇ।

ବାସରଦୀପର ଶେଷ ସଳିତା ଯେ

ଜଳୁଥାଏ ନୀରବରେ

ଜ୍ୱଳନର ବ୍ୟଥା ବୁଝିବାକୁ ପ୍ରିୟ

ଆସିବ ଫେରି କି ଥରେ।

ବୁଝିଥାନ୍ତ ଯଦି ପ୍ରେମ ପରିଭାଷା

ଗୋଲାପୀ ମହକ ସଞ୍ଜ

ଅଞ୍ଜଳି ରେ ଭରି ସଜାଡି ରଖନ୍ତି 

ମିଳନ ମଧୁର କୁଞ୍ଜ।

ମଧୁର ରଜନୀ ବିତିଯାଏ କ୍ଷଣେ

ବିରହ ବେପଥୁ ତୋଳି

ହଜିଯାଏ ସାଥୀ ଦୂର ପାହାଡ଼ରେ

ଛିନ୍ନବୀଣା ରାଗ ଭରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance