STORYMIRROR

Manaswini Dash

Tragedy

3  

Manaswini Dash

Tragedy

ସର୍ତ୍ତ

ସର୍ତ୍ତ

1 min
180

ଆଜି ଜୀବନର ଯୁଦ୍ଧ ଭୁଇଁରେ ଦ୍ୱନ୍ଦ୍ୱର ନିରବ ଝଡ଼ 

ଆଗରେ ଲମ୍ବିଛି ଅମା ଅନ୍ଧକାରର ଜୟଯାତ୍ରା ତ 

 ପଛରେ ତାଣ୍ଡବ ରଚୁଛି ହୃଦୟ ବିଦାରକ ଅତୀତର ଅମାନିଆ ଆବିର୍ଭାବ 

ତଥାପି ନିର୍ଜୀବ ପାଷାଣର ନିରବ ନିଥର ପ୍ରତିମାଟିଏ ପରି 

ଠିଆ ହୋଇଛି ତୁମ ବିଜୟର କ୍ଷୀଣ ଆଶାରେ 

ହୃଦୟ ଅଗଣାରେ ପ୍ରଚଣ୍ଡ ପବନ ସଦୃଶ ବିଷାଦର ଯନ୍ତ୍ରଣା 

ତଥାପି ହସ୍ତରେ ରଖିଛି ଅମାପ ଶକ୍ତି ତୁମ ହାତକୁ ଜାବୁଡି ଧରିବାକୁ 

ମୋ ସ୍ୱଚ୍ଛ ଚରିତ୍ରରେ କଳଙ୍କର ଦାଗ 

ମାତ୍ର ତଥାପି ତାକୁ ଅଦୃଶ୍ୟ କରିବାକୁ ମନରେ ବାନ୍ଧିଛି 

ଅଭୂତପୂର୍ବ ସାହସର ମୂର୍ଚ୍ଛନା 

ଏ ସବୁ କଣ ପାଇଁ ଜାଣ !

ସବୁର ଗୋଟିଏ ସରଳ ଉତ୍ତର 

ତୁମକୁ ଦେଇଥିବା ଅଭଙ୍ଗ ସର୍ତ୍ତ ପାଇଁ 

ଜୀବନର ସବୁ ଆଶା ଅସ୍ତମିତ ହେଲେ ବି 

ପୁଣି ମୁଁ ତୁମ ମନ ଆକାଶରେ ଉଇଁବି 

ଏକ ନବୋଦିତ ଭାସ୍କର ପରି 

କାରଣ ମୋ ପାଇଁ ମୋ ସର୍ତ୍ତ ହିଁ ଭୀଷ୍ମପ୍ରତିଜ୍ଞା |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy