STORYMIRROR

Sunanda Mohanty

Action Inspirational Thriller

4  

Sunanda Mohanty

Action Inspirational Thriller

କିଛି ତ ସତ 

କିଛି ତ ସତ 

1 min
3


କିଛି ବି ମାଗିନି ତୁମକୁ ତୁମକୁ
ସ୍ନେହ ଟୋପେ ଛଡା 
ପଇସା ପଡ଼େନା କାର୍ପଣ୍ୟ 
କରନା ଛିଡା 
ଉଡିଯିବ ଦିନେ ପ୍ରାଣ ପକ୍ଷୀ 
ଜୀଵନ ଏଠି ଉଡ଼ା 
କିଏ ଆସିଛି କେତେଦିନ 
ଗଢ଼ିବ ମନ୍ଦିର ଚୂଡ଼ା 
ଭୋକ ସମସ୍ତଙ୍କୁ ଖାଦ୍ୟ ରୂପେ 
ବଗଡ଼ା ବା ନାଲି ଚୁଡ଼ା 
ମିଳୁକି ନମିଳୁ ନଈପାଣି ନଈକି 
ଯାଉ ରହିବ ଭଡା 
କେତେ ସମ୍ପର୍କ ଅଠା କାଠିରେ 
ରଙ୍ଗୀନ ସୂତା ଗୁଡା 
କାହା ଗୁଳା ଛୋଟ ଅବା ମୋଟ 
ସ୍ନେହ ଶ୍ରଦ୍ଧା ପ୍ରେମ ପ୍ରୀତି ମୈତ୍ରୀ 
ଅଳପ ଅଳପ ଲୋଡ଼ା 
ବ୍ୟତିରେକେ ନିଆଁ ନଥାଇ ଧୂଆଁ 
କିଏ କେଵେ ହୁଏ ପୋଡା 
ମିଳିଗଲେ ଟୋପେ ଟୋପେ ଅମୃତ 
କୋଣାର୍କ ହେବ ଗଢ଼ା 
ପାଉଁଶ ତଳୁ ଉଡି ଜଳ ବାୟୁ କଣା 
କହୁଥିବେ ଥିଲା ଲୋଡ଼ା 
ଲୋଡ଼ା ପଣକୁ ଅଦେଖା କରନା 
ଡେଣାର ବଳ ହେବ ଅଲୋଡ଼ା 
ଅଢେଇ ଅକ୍ଷର ଆପଣା ପଣରେ 
ହାତକୁ ହାତ ବଢ଼ା


Rate this content
Log in

Similar oriya poem from Action