ଖୁସୀ ତୁମେ କେଉଁଠି
ଖୁସୀ ତୁମେ କେଉଁଠି
ଖୋଜୁଛି ମୁଁ ଠିକଣା ତୁମର
ଖୋଜି ଖୋଜି ନୟାନ୍ତ ହେଲିଣି
କେଉଁଠି ଖୋଜିବି ତୁମକୁ
ପଦୁଟିଏ କହିଯାଅ
ଅଛକି ତୁମ୍ଭେ ପ୍ରସାଦାରେ
ଅବା ମନ୍ଦିର ପୂଜାରେ ?
ମସଜିଦ୍ ର ଆଲ୍ଲା ଡାକରେ ?
ଚର୍ଚ୍ଚର କେଣ୍ଡେଲ ଜାଳରେ
ଗୀତା ନା କୋରାନ ରେ ?
ଥରୁଟିଏ ହାତରେ ଦିଅ ଧରା
ପିଲାଙ୍କ ଖନି କଥା ରେ ଅଛ
ନା ଦାମୀ ପୋଷାକରେ
ପକ୍ଷୀର କିଚିରି ମିଚିରି ଶବ୍ଦରେ
ନା ପ୍ରକୃତି କୋଳରେ
ଥରେ କହିଦେଇଯାଅ
କହିଦେଇ ଯାଅ ।
