ଦୂରତା
ଦୂରତା
ତୁମ ଠାରୁ ମୋର ଦୂରତା
କଳି ପାରେନା ସତରେ
ତୁ -ରୁ -ତୁମେ ଆଉ ଆପଣ ପର୍ଯ୍ୟନ୍ତ,
ଅତି ନିଜରରୁ ପର ପର୍ଯ୍ୟନ୍ତ
ପୁଣି ହୁଏ ତ
ଫେସ୍ ରୁ ଫେସ୍ ବୁକ୍ ପର୍ଯ୍ୟନ୍ତ
ଲୋକାଲରୁ ରିଜରବେସନ୍ ପର୍ଯ୍ୟନ୍ତ
ଚାହା କପେରୁ କୋଲଡ୍ କଫି ପର୍ଯ୍ୟନ୍ତ
ପକୋଡିରୁ ପିଜା ବର୍ଗର ପର୍ଯ୍ୟନ୍ତ ,
କେବଳ ଲମ୍ବି ଯାଇଛି
କିଛି ଯଦି ମାପିବା ପାଇଁ
କ୍ଷୁଦ୍ର ଚେଷ୍ଟା ଟିଏ କରିଛି,
କିନ୍ତୁ ଗୋଟିଏ ଅକ୍ଷର
କୋଟିଏ ପ୍ରଶ୍ନ ଆଣି ଦେଉଛି।
