STORYMIRROR

Sunanda Mohanty

Abstract Drama Others

4  

Sunanda Mohanty

Abstract Drama Others

ଛଳନା ନାହିଁ

ଛଳନା ନାହିଁ

1 min
237

କାଟିବିନି ଆଉ ଗଛରେ ତତେ 

ଗଛ ର ହେଉନି ଜମା ପରତେ 

ବୁଝିଗଲାଣି ସେ ଛଳନା ମାନେ 

ମିଛ କୁହନ୍ତି ସମେସ୍ତେ ଏ ସନେ 

ରାଧୁଆ ଭାଇର ଦାଢ଼ୁଆ କାତି 

ଦେଖି ଲାଗେ ଗଛକୁ ଭୀତି 

ନେହୁରା ହୋଇକି କହଇ ଗଛ 

ଫଳ ଫୁଲ ଛାଇ କେଉଁଠୁ ପାଇବ ଶୋଚ 

ବନ୍ଧୁ ଅଟେ ପରା ଗଛ ମଣିଷ ପାଇଁ 

କେମିତି ବୁଝୁନ ସବୁଜ ବନାନୀ ପାଇବ କାହିଁ 

ବୁଦ୍ଧି ରେ ମଣିଷ କହୁଛି ଗଛ 

ତୁ ଆମପାଇଁ ପବିତ୍ର ସ୍ଵଛ 

ତୋ ଗଣ୍ଡି ରୁ ଡାଳ ସବୁକୁ ଦାନ 

କରୁ ମଣିଷକୁ ବୋଲାଉ ମହାନ 

ମଣିଷ ର ବଂଚିବା ଶୈଳୀ ଉର୍ଣ୍ଣତ 

ଛଳନା ନୁହେଁ କହୁଛି ସତ 

ଗଛ କହେ ଦାନୀ ବୋଲି ଯଦି କହିଲ ଭାଇ 

ନେଇଯାଅ ସବୁ ମଣିଷ ହିତରେ ମୁହିଁ 

ଟିକେ ବି ଏଥିରେ ଛଳନା ନାହିଁ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract