ଖୁସି
ଖୁସି
କର୍ମ ମୟ ଜୀବନର ବ୍ୟସ୍ତତା ଭିତରେ
ପାଇ ଯାଇଛି ସେ ଫାଶୀ ।
ବଡ଼ ହେବାର ଅଦ୍ଭୁତ ନିଶାରେ ଆଜି
ହଜି ଯାଇଛି ସେ ଖୁସି ।।
ଖୋଜୁ ଥିଲି ଖୁସି ମାଆକୁ ଛାଡ଼ି ମୁଁ
ସେ ଡନଲଫ୍ ଗଦିରେ ।
ଜାଣିବାକୁ ପାଇଲି ଛାଡ଼ି ମୁଁ ଆସିଛି
ତାକୁ ମୋ ମାଆ କୋଳରେ ।।
ଖୋଜୁଛି ଖୁସିକୁ ଆଜି ପରା ମୁହିଁ
ଏ ଦୁନିଆର ଭିଡ଼ରେ ।
ହେଲେ ଅସଲରେ ଖୁସିତ ଥିଲା ସେ
ବାପାଙ୍କ ନାଲି ଆଖିରେ ।।
ଖୋଜୁଛି ସେ ଖୁସିକୁ ଆଜିଯେ ମୁଁହିଁ
ଏହି ଟଙ୍କାର ବିଡାରେ ।
ଅସଲ ଖୁସି ତ ଥିଲା ପିଲାଦିନର
ସେ ସାଥିଙ୍କ ମେଳରେ ।।
ମାନ ସମ୍ମାନ କି ଟଙ୍କା ପଇସା ରେ କେବେ
ମିଳି ନଥାଏ ଯେ ଖୁସି ।
ଲୋଭ, ଗର୍ବ, ଅହଙ୍କାର ଇର୍ଷା ର ନିଆଁ ରେ
ପାଇଯାଏ ସିଏ ଫାଶୀ ।।
ସ୍ନେହ ଶ୍ରଦ୍ଧା ର ପବିତ୍ର ବନ୍ଧନରେ
ସିଏ ଲୁଚି ରହି ଥାଏ ।
ମମତା ଫାଶରେ ପ୍ରୀତି ର ଗଣ୍ଠିରେ
ପରା ଖୁସି ମିଳି ଥାଏ ।।