STORYMIRROR

Narayan chandra Nayak

Tragedy

4  

Narayan chandra Nayak

Tragedy

ଖରସୁଆଁଗଢ ଭୂଇଁ

ଖରସୁଆଁଗଢ ଭୂଇଁ

1 min
270


ଖରସୁଆଁ ନଦୀଟି ନୁହେଁ ମୁହିଁ

ଅଟଇ ମୁଁ ଖରସୁଆଁଗଢ ଭୂଇଁ

ଦିନେ କେତେ ଖ୍ଯାତି ଅର୍ଜିଥିଲି 

ଦେଶୀୟ ରାଜ୍ୟଟିଏ ହୋଇ। 


ସିଂହ ଶାସକଙ୍କ ସୁଶାସନ ବଳେ

ଛୁଇଁଥିଲି ସମୃଦ୍ଧିର ଉତ୍ତୁଙ୍ଗ ଶିଖରୀ

ଗରବରେ ମଥା ଉଚ୍ଚ କରିଥିଲି ମୁହିଁ

ଷୋଡଶ କଳାକୁ ବକ୍ଷରେ ଜାବୁଡ଼ି ଧରି। 


ଆଗଙ୍ଗା ଗୋଦାବରୀ ପରିବ୍ୟାପ୍ତ

କଳିଙ୍ଗରେ ଥିଲି ବୋଲି ମୁହିଁ ଯୁକ୍ତ

ଓଡ଼ିଆ ଦେଶୀୟ ରାଇଜ ରୂପେ

ସାରା ଜଗତରେ ଥିଲି ମୁଁ ବିଦିତ। 


ଜଗନ୍ନାଥଙ୍କ ତତ୍ତ୍ବରେ ନିଜକୁ ସମର୍ପି

ମୋ ସନ୍ତାନସନ୍ତତି ହେଉଥିଲେ ଖୁସି

ଓଡ଼ିଆ ଆଦିବାସୀ ନ ରଖି ଭେଦ

ସଭିଏଁ ରହୁଥିଲେ ମୋ ବକ୍ଷରେ ମିଶି। 


ମୋହରି ଏହି ମୁଗ୍ଧ ଅବୟବକୁ

କରିଦେବା ପାଇଁକି ନାରଖାର

ପ୍ରବଞ୍ଚକ କରୁଥିଲେ ନାନା ଷଡଯନ୍ତ୍ର

ବିଫଳ ହୋଇକି ବି ବାରମ୍ବାର। 


ରାଜତନ୍ତ୍ର ଶାସନର ଅନ୍ତ ଘଟି

ଯେବେ ଆସିଲା ପ୍ରଜାତନ୍ତ୍ର ଶାସନ

ମୋ ଭଳି ଦେଶୀୟ ରାଇଜ ସବୁ

ଓଡ଼ିଶା ପ୍ରଦେଶେ ହୋଇଲେ ମିଶ୍ରଣ। 


ଓଡ଼ିଆ ଦେଶୀୟ ରାଇଜ ରୂପେ 

ଓଡ଼ିଶାରେ ମୋର ହୋଇଲା ବିଲୟ

ମୋହର ସନ୍ତାନଗଣ ଖୁସିରେ ଓଡ଼ିଶାକୁ

ଆଦରିଲେ ନ ରଖି ମନରେ ସଂଶୟ। 


ଓଡ଼ିଶାରେ ମୋର ମିଶ୍ରଣକୁ ନପାରି ସହି

କୁଚକ୍ରୀମାନେ ରଚିଲେ ନାନା ଷଡଯନ୍ତ୍ର

ଆଦିବାସୀଙ୍କୁ ମତାଇଲେ ମିଶ୍ରଣ ବିରୁଦ୍ଧେ

ହଟାଇବାକୁ ମୋ ବକ୍ଷରୁ ଓଡ଼ିଶା ଶାସନତନ୍ତ୍ର। 


ମିଥ୍ଯା ଲାଞ୍ଚନା, ପ୍ରରୋଚନାରେ ଖେଳିଗଲା

ମୋ ବକ୍ଷରେ ଅବିଶ୍ବାସର ବାତାବରଣ

ଛଳନାକାରୀଙ୍କ ପ୍ରଲୋଭନେ ଆଦିବାସୀ

ଓଡ଼ିଶା ବିପକ୍ଷେ କରିଲେ ସ୍ବର ଉତ୍ତୋଳନ। 


ଷଡଯନ୍ତ୍ରକାରୀଙ୍କ କଥାରେ ମାତି ଆଦିବାସୀ

ଏକତ୍ରୀତ ହୋଇ କରିଲେ ଉଗ୍ର ଆନ୍ଦୋଳନ

ସେହି ଉଗ୍ର ଆନ୍ଦୋଳନକୁ କରିବାକୁ ପ୍ରଶମିତ

ଓଡ଼ିଶା ଆରକ୍ଷୀବଳ କରିଲେ ଗୁଳିଚାଳନ। 


ପୋଲିସଙ୍କ ଗୁଳିରେ କିଛି ଆଦିବାସୀ

ହାରିଦେଲେ ନିଜର ମୁଲ୍ଯବାନ ଜୀବନ

ଏଭଳି ଦୁର୍ଭାଗ୍ଯପୂର୍ଣ୍ଣ ଗୁଳିକାଣ୍ଡଟିରେ 

ମୋହର ବକ୍ଷ ହୋଇଗଲା ଲହୁଲୁହାଣ। 


ଗୁଳିକାଣ୍ଡ ଯୋଗୁଁ କୁଚକ୍ରୀଙ୍କୁ ମିଳିଗଲା ସୁଯୋଗ

ମିଛ ପ୍ରଚାର କରି ଓଡ଼ିଶାକୁ କରିଲେ ବଦନାମ

ନିଜ ବିହାର ରାଇଜେ ମୋର ମିଶ୍ରଣ ପାଇଁକି

ମୁଷ୍ଟିମେୟ ବିହାରୀ ନେତା କଲେ ଉଦ୍ଯମ।


ମୁଷ୍ଟିମେୟ ବିହାରୀ ନେତୃତ୍ବଙ୍କ ଚାପରେ

କେନ୍ଦ୍ର ସରକାର କମିଟି କଲେ ଗଠନ

ଏହି ଗୁଳିକାଣ୍ଡର ଅନୁସନ୍ଧାନ କରିକି

ମୋତେ ବିହାରରେ କରିଦେଲେ ମିଶ୍ରଣ। 


ଓଡିଶାର କିଛି ନ୍ଯସ୍ତସ୍ବାର୍ଥୀ ନେତାଙ୍କ ପାଇଁ

ଓଡ଼ିଶା ରାଇଜରୁ ପୁଣି ମୁଁ ହୋଇଲି ବିଛିନ୍ନ

ସେବେଠାରୁ ମୁଁ ଗୁମୁରି ଗୁମୁରି କାନ୍ଦୁଅଛି

ଛଳନାପୂର୍ଣ୍ଣ ବିଭାଜନରେ ହୋଇ ମ୍ରିୟମାଣ। 


ଗୁଳିକାଣ୍ଡର ନିନ୍ଦା ଅପମାନ ଅପଯଶକୁ ମୁଣ୍ଡାଇ

ବିଛିନ୍ନଭୂଇଁ ରୂପେ ଝାଡଖଣ୍ଡରେ ରହିଅଛି ମୁହିଁ

ଉନ୍ନତ ଉତ୍କଳ ଭାଷା ସଂସ୍କୃତିକୁ ବୁକୁରେ ସାଇତିଛି

କୁଚକ୍ରୀଙ୍କ ଦୌରାତ୍ମ୍ଯରେ ଛଟପଟ ହୋଇ। 


               





























Rate this content
Log in

Similar oriya poem from Tragedy