STORYMIRROR

Narayan chandra Nayak

Inspirational

4  

Narayan chandra Nayak

Inspirational

ନାଆଁଟି ମୋହର ଷଢେଇକଳା

ନାଆଁଟି ମୋହର ଷଢେଇକଳା

1 min
402


ଶ୍ରୀ ଜଗନ୍ନାଥଙ୍କ ଷୋହଳକଳା

ସେହି ଷୋଳ କଳାରେ ବୋଳା

ହୃତ ଓଡ଼ିଆ ଗଡଜାତଟିଏ ମୁହିଁ

ନାଆଁଟି ମୋହର ଷଢେଇକଳା। 


ପୋଡାହାଟର କୁମାର ବିକ୍ରମ ସିଂହ

୧୬୨୦ ସାଲରେ ମତେ କରି ସ୍ଥାପନା

ଅତି ଶରଧାରେ ଚଳାଇଲେ ଶାସନ

ଇଷ୍ଟଦେବୀ ମାଁ ପାଉଡିଙ୍କୁ କରି ବନ୍ଦନା। 


ଉନ୍ନତ ସିଂହଶାସନକୁ ବକ୍ଷରେ ଧରି

କୃଷି,ଶିଳ୍ପ,ସମର,କଳାରେ ସମ୍ପନ୍ନ ହୋଇ

କ୍ଷୁଦ୍ର ଦେଶୀୟ ଓଡ଼ିଆ ରାଇଜ ରୂପେ

ଉତ୍କଳ ଭୁବନେ ଉଭା ହୋଇଲି ମୁହିଁ। 


ମୋ ଆଖଡାଘରେ ପ୍ରଜାମାନଙ୍କ ସହିତ ମିଶି

ସିଂହଶାସକ ଯୁଦ୍ଧାଭ୍ଯାସରେ ହୋଇଲେ ଲିପ୍ତ

ରାଜାପ୍ରଜାଙ୍କ ସେହି ମିଳିତ ସମରକଳାରୁ

ବିଶ୍ବବିଖ୍ୟାତ ଛଉନୃତ୍ଯଟି ହୋଇଲା ଜାତ।


ଉତ୍କଳର ଭାଷା ସଂସ୍କୃତିକୁ ପାଥେୟ କରି

ପରିପୁଷ୍ଠ ହୋଇଲା ମୋର ଦେଶଜ ସଂସ୍କୃତି

ଓଡ଼ିଆ ଜାତୀୟତାରେ ନିଜକୁ ସାମିଲ କରି

ମୋ ସିଂହସନ୍ତାନ ଗାନ କଲେ ଉତ୍କଳର ଗୀତି।


ମୋ ବକ୍ଷରେ ନିନାଦିତ ଉତ୍କଳ ବନ୍ଦନାକୁ

ଓଡ଼ିଆ ବିଦ୍ବେଷୀମାନେ ପାରିଲେନି ସହି

ବିଦ୍ବେଷୀଙ୍କ ଷଡଯନ୍ତ୍ରର ଶିକାର ହୋଇ

ଓଡ଼ିଶା ପ୍ରଦେଶରୁ ବିଛିନ୍ନ ହୋଇଲି ମୁହିଁ। 


ଗଡଜାତ ମିଶ୍ରଣର ଚୁକ୍ତିକୁ କରି ଉଲଂଘନ

୧୯୪୮ ମସିହାର ମଇ ୧୮ ତାରିଖ ଦିନ

କେନ୍ଦ୍ର ସରକାର ମତେ ଓଡ଼ିଶାରୁ ଅଲଗା କରି 

କୁଚକ୍ରୀଙ୍କ ଚାପରେ ବିହାରରେ କରିଦେଲେ ମିଶ୍ରଣ। 


ଯେଉଁଦିନୁ ଓଡ଼ିଶାରୁ ହୋଇଲା ମୋର ବିଭାଜନ

ସେହିଦିନୁଁ ଆରମ୍ଭ ହୋଇଲା ମୋହର ଦୁର୍ଦ୍ଦିନ

ମୋ ବକ୍ଷେ ବିହାରୀ ଲଦି ଦେଲେ ନିଜ ସଂସ୍କୃତିକୁ 

ମୋର ଉତ୍କୃଷ୍ଟ ଭାଷା ସଂସ୍କୃତିର କରି କଳା ହରଣ। 


ବିହାରୀଙ୍କ ଦୌରାତ୍ମ୍ଯରେ ହେଉଥିଲି ଛଟପଟ

ନୂତନ ଝାଡଖଣ୍ଡ ରାଇଜ ହୋଇଲା ଗଠିତ

ନୂତନ ରାଜ୍ଯକୁ ମୋର ହୋଇଲା ସ୍ଥାନାନ୍ତରଣ

ବିହାର ପ୍ରଦେଶରୁ କରାଯାଇ ମତେ ବିଭାଜିତ। 


ମୁଁ ସେହି ବିଭାଜିତ ଷଢେଇକଳା ଗଡଜାତ ଭୂଇଁ

ବିଛିନ୍ନାଞ୍ଚଳ ରୂପେ ଝାଡଖଣ୍ଡରେ ରହିଅଛି ମୁହିଁ

ଏବେବି ମୋ ବକ୍ଷେ ଷୋଳକଳାକୁ ରଖିଅଛି ଅକ୍ଷୁର୍ଣ୍ଣ 

ବାରମ୍ବାର ବହୁ ଘାତ ପ୍ରତିଘାତର ସମ୍ମୁଖୀନ ହୋଇ। 

    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational