STORYMIRROR

Narayan chandra Nayak

Classics

4  

Narayan chandra Nayak

Classics

ମଧୁମାସ ପ୍ରବେଶିଲା

ମଧୁମାସ ପ୍ରବେଶିଲା

1 min
221


ମଧୁମାସ ପ୍ରବେଶିଲା

ପ୍ରକୃତି ରାଣୀ ହସିଲା

ଆମ୍ବ ବଉଳର ବାସ୍ନାରେ

ଚର୍ତୁଦିଗ ମହକିଲା। 


ମାଘ ମାସର ସମାପ୍ତିରେ

ଶୀତକାଳକୁ ଦେଇ ମେଲାଣି

ଫଗୁଣର ମନ୍ଦ ମରୁତ ବହିଲା

ସୁଚାଇ ଋତୁରାଜଙ୍କ ଆଗମନୀ। 


ପତ୍ରଝଡା ଦେଇ ତରୁଲତା

ଦିଶୁଥିଲେ ରୁଗ୍ଣ କ୍ଲାନ୍ତ ବିଷର୍ଣ୍ଣ

ନବ ପଲ୍ଲବରେ ହୋଇ ପଲ୍ଲବିତ

ନିଜର ଶୋଭା କଲେ ବର୍ଦ୍ଧନ। 


ନୂତନ କୋମଳ ପତ୍ର ଗହଳେ

ଲୁଚି ଲୁଚି ପିକ ରାବଇ ଘନଘନ

ମନ୍ତ୍ରମୁଗ୍ଧକର ସେ କୁହୁତାନରେ

ପୁଲକିତ ହୁଅଇ ତନୁ ମନ। 


ପଳାଶ ଶିମିଳି କୃଷ୍ଣଚୁଡା ଫୁଲର

ରକ୍ତିମ ରଙ୍ଗରେ ହୋଇ ରଙ୍ଗେଇ

ଧରଣୀ ରାଣୀ ଖିଲି ଖିଲି ହସିଲା

ନବବଧୁ ପରି ସଜେଇ ହୋଇ। 


ରଙ୍ଗବେରଙ୍ଗୀ କେତେ ଯେ

ଜାତିଜାତିକା ଫୁଟିଲା ଫୁଲ

ଚୁମ୍ବିବା ପାଇଁ ସେ ସୁଗନ୍ଧି ପୁଷ୍ପକୁ

ପ୍ରଜାପତି, ଭ୍ରମର ହେଲେ ପାଗଳ।


ସୁବାସିତ ଫୁଲଙ୍କ ପ୍ରେମରେ ପଡି

ଆନନ୍ଦେ କରି ଗୁଣୁଗୁଣୁ ଗୁଞ୍ଜରଣ

ଫୁଲରୁ ଫୁଲକୁ ଉଡ଼ି ବୁଲିଲେଣି

ମଧୁମକ୍ଷିକା କରିବାକୁ ରସ ପାନ। 


ହଳଦୀ ଗୁରୁଗୁରୁ ହଳଦୀବସନ୍ତ

ବରଷକ ଯାକଁ ଥିଲା ଯେ କାହିଁ

ଦରଶନ ଦେଲା ବସନ୍ତ ଆଗମନେ

ପଲ୍ଲବିତ ବୃକ୍ଷର ଡାଳରୁ ଡାଳକୁ ଡେଇଁ। 


ସଜେଇ ହେଲେଣି ଦୋଳ ବିମାନ

ପୁରପଲ୍ଲୀରେ କରିବାକୁ ଭ୍ରମଣ

ରାଧା-ମାଧବଙ୍କ ଭକତିରେ ମଜ୍ଜି

ପ୍ରୀତିର ଫଗୁ ମାଖିହେବେ ଭକତଗଣ। 


                



Rate this content
Log in

Similar oriya poem from Classics