ଚାଲୁନ୍ ଆମେ ଏକ୍ ହେମା
ଚାଲୁନ୍ ଆମେ ଏକ୍ ହେମା
🙏ଚାଲୁନ୍ ଆମେ ଏକ୍ ହେମା🙏
କାଁକରି ଆଉ ଆମେ ଲଢମା
ଚାଲୁନ୍ ଆମେ ଏକ୍ ହେମା
ଆମର ଇନ ଯେତେ ଭାଷା ଥିସି
ସବୁ ଭାଷାକେ ସମ୍ମାନ ଦେମା।
ଓଡ଼ିଶା ମାଏଟ୍ ର ଏକତା ପାଇଁ
ଚାଲୁନ୍ ସଭେଁ ଆମେ ଏକ୍ ହେମା
ଆମର୍ ଭାଷା ସଂସ୍କୃତିର ରକ୍ଷା ପାଇଁ
ମିଲି ମିଶି କରି ସଭେଁ କାମ କରମା।
କଣ, କାଣା, କିଅଣ, କିରା, କିସ
ଇ ଭାଷା ରାଏଜ୍ ଥି କରିଲେ ବାସ
ଇଟା ଯଦି ଆମର୍ ନିୟତି ଆନ୍
କାଏଁଯେ ଇ ସମ୍କୁ ଆମେଁ କର୍ମା ଉପହାସ୍।
କଟକୀ,ପୁରୀ, ମେଦିନୀପୁରୀ, ବାଲେଶ୍ବରୀ
ସମ୍ଲପୁରୀ, ସୁନ୍ଦରଗଡ଼ି, ଅନୁଗୁଳିଆ, ଦକ୍ଷିଣୀ
ସିଂହଭୂମିଆ, ମୟୁରଭଞ୍ଜିଆ,କଳାହାଣ୍ଡିଆ
ଦେଶିଆ କହି ସମ୍ ଙ୍କର ମନ ନେମା ଜିଣି।
ରଜ, ନୂଆଁଖାଇ ,ପୁଷ୍ ପୁନି, ମକର, ଗହ୍ମା
କୁମାର ପୁନି,ପଣା, ଜିଉଁନ୍ତିଆ,ଦୋଳଯାତ
ଛେର୍ ଛେରା, ପ୍ରଥମାଷ୍ଟମୀ, ରଥ ଯାତରା
ଚାଲୁନ୍ ସଭେଁ ମନେଇମା ହେଇ ଉସତ୍।
ଚାଲୁନ୍ ସଭେଁ ଆମର୍ ଅହଙ୍କାରକୁ ଛାଡି
ଇ ଓଡ଼ିଶା ମାଏଟ୍ ର ଲାଗି ଲଢମା
ଇ ରାଏଜ୍ ର ଏକତା ଅଖଣ୍ଡତା ପାଇଁ
ମହାପୁରୁଙ୍କ ପାଖେ ଶପଥ କରମା।
ଯେନ୍ତା ଆମର୍ ବଡ଼ବଡ଼ିଆ ମାନେ
ନିଜର ଭାଷା ସାହିତ୍ୟ ସଂସ୍କୃତି ପାଇଁ
ରଚିଗଲେ କେତନି କେତେ ସରସା କାବ୍ୟ
ଇ ଜାତିକୁ ଗୁଟେ ଠାନ୍ କୁ ଆଣିବା ପାଇଁ।
ଶତୃମାନଙ୍କ ସଙ୍ଗେ କରିଲେ ଲଢେଇ
ନିଜ ନିଜର ରକତ୍ କୁ ପାଏନ୍ କରି
ବିଛିନ୍ନ ଓଡ଼ିଆ ଅଞ୍ଚଲ୍ କୁ ମିଶାଇ କରି
ଭାଷାଭିତ୍ତିକ ଓଡ଼ିଶା ଦେଲେନ ଗଢ଼ି।
ଓଡ଼ିଶା ଓ ଓଡ଼ିଆର ପରିଚୟ ପାଇ
ଇ ଜାଏତ୍ ଗଲାନ ଧଏନ୍ ହୋଇ
ହେନ୍ତା ଗୁଟେ ଜାଏତ୍ ଥି ଜନମ ନେଇ
ସଭେଁ ଚାଲୁନ୍ ଗରବ କରମା ଏକ୍ ହେଇ।
🙏🙏🙏🙏🙏🙏
ନାରାୟଣ ଚନ୍ଦ୍ର ନାୟକ
ଜାମସେଦପୁର
