ଖରା କାଳ
ଖରା କାଳ
ଡହ ଡହ ତାତିରେ
ଗାଧୋଉଛି କୃଷ୍ଣଚୂଡ଼ା
ହସୁଛି ଲାଲ୍ ଟହ ଟହ ଓଠରେ
ଚୁମୁଛି ଧରା ପୃଷ୍ଠ
ସତେକି ଶେଷ ଆକର୍ଷଣ
ଧରିଛି ଜାବୁଡ଼ି
ଦିନମଣି କିରଣ ବାହୁରେ ।
ଅଂଶୁଘାତ ଭୟ
ପଥର ପଥିକ
ଖୋଜୁଛି ରାସ୍ତା କଡ଼
ଛାୟା ବୃକ୍ଷ ସମୂହର ।
ଝିଙ୍କାରି କର୍କଶ ସ୍ଵର
ବହୁଛି ଝାଞ୍ଜି ଅଥୟ
ଚିର ସ୍ରୋତ ସ୍ଵେଦ ଧାର
ବହୁମୂଲ୍ୟ ହୋଇ ପଡ଼େ
ଲୋଡ଼ା ଶୀତଳ ସମୀର ।
ତୁମେ ମୋର କୃଷ୍ଣଚୂଡ଼ା
ବୈଶାଖ ତାତିର
କାହା ପାଇଁ ଅଂଶୁଘାତ ଭୟ
କିନ୍ତୁ!
ମୋ ପାଇଁ ସବୁଠୁ ସୁନ୍ଦର
ଏଇ କଳାକାଳ ।
