ଖରା ଛୁଟି
ଖରା ଛୁଟି
ପାଠ ପଢା ବେଳେ ଯେବେ
ଖରା ଛୁଟି ଆସଇ
ବୁଲି ଯିବା ପାଇଁ ମନ
ସେତେ ବେଳେ ଖୋଜଇ
ବାପା ମା ଙ୍କ ସାଥିରେ
ଦର୍ଶନୀୟ ସ୍ଥାନକୁ
ପିଉସୀ ମାଉସୀ ଅବା
ମାମୁ ଘର ଗାଆଁ କୁ
ରଜ ପରବ ପଡଇ
ସେହି ଖରା ଛୁଟିରେ
ସାଙ୍ଗସାଥିମାନେ ମିଶି
ପାଳିଥାନ୍ତି ଖୁସିରେ
ଖରା ଛୁଟି ହୋଇଗଲେ
ଅଜା ଆଈ ଚାହିଁକି
ଖୋଜନ୍ତି ନାତି ନାତୁଣୀ
ଦେଖିବାର ପାଇଁକି
ମାମୁଁ ଘରେ ଛୁଟି କଟା
ସବୁଠାରୁ ନିଆରା
ମାଇଁ ଙ୍କ ସରାଗ ସତେ
ଖାଲି ଖୁସି ପସରା
ଯେତେ ବାଣ୍ଟୁ ଥିଲେ କେବେ
ସରେ ନାହିଁ ସେନେହ
ଭଣଜା ଭାଣେଜି ଚାନ୍ଦ
ଜହ୍ନ ସିଏ ପୁନିଅ।।
